ପୋଲସରା କଲେଜ ଏନଏସଏସ (ପୁରୁଷ) ୟୁନିଟ ପକ୍ଷରୁ ଶୀତ କାଳୀନ ସ୍ଵତନ୍ତ୍ର ଶିବିର

0
136

ପୋଲସରା : ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା (ପୁରୁଷ) ୟୁନିଟ ପକ୍ଷରୁ ଖଣ୍ଡୁରୁ ଗ୍ରାମରେ ଶୀତ କାଳୀନ ସ୍ୱତନ୍ତ୍ର ଶିବିର-୨୦୨୩ କାର୍ଯ୍ୟକ୍ରମ ଡିସେମ୍ବର ୨୪ ତାରିଖ ଦିନ ଆରମ୍ଭ ହୋଇଯାଇଛି। ଏନଏସଏସ (ପୁରୁଷ) ୟୁନିଟର ଏହି ଶିବିର ଡିସେମ୍ବର ୨୪ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୩୦ ତାରିଖ ଦିନ ଶେଷ ହେବ। ୭ ଦିନ ପାଇଁ ଅନୁଷ୍ଠିତ ଏହି ଶିବିରରେ ସ୍ୱେଚ୍ଛାସେବୀ ବୃନ୍ଦ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ। ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଏନଏସଏସ (ପୁରୁଷ) ୟୁନିଟ ର ପ୍ରୋଗ୍ରାମ ଅଫିସର ଅଧ୍ୟାପକ ପ୍ରକାଶ ଚନ୍ଦ୍ର ସାହୁଙ୍କ ତତ୍ତ୍ୱାବଧାନରେ ୫୦ ଜଣ ସ୍ୱେଚ୍ଛାସେବୀ ଏହି ସ୍ୱତନ୍ତ୍ର ଶିବିରରେ ତାଲିମ ଗ୍ରହଣ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here