ପିପୁଲସ କଲେଜରେ ଉତ୍ତମ ଶାସନ ନୀତି ଦିବସ ପାଳନ ସହ ଆଲୋଚନା ଚକ୍ର

0
134

ବୁଗୁଡା : ବୁଗୁଡା ପିପୁଲସ କଲେଜର ରାଜନୀତି ବିଜ୍ଞାନ ପକ୍ଷରୁ ଡିସେମ୍ବର ୨୫ ତାରିଖ ଦିନ ଉତ୍ତମ ଶାସନ ନୀତି ଦିବସ ପାଳନ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଆଲୋଚନା ଚକ୍ରର ବିଷୟ ଥିଲା :- ” ଭାରତ ପରିପ୍ରେକ୍ଷୀରେ ବହୁ ସଂସ୍କୃତି , ବିକାଶଶୀଳ ତଥା ଗଣତାନ୍ତ୍ରିକ ଦେଶରେ ଉତ୍ତମ ଶାସନର ଆହ୍ୱାନ ଗୁଡିକ କଣ ?”। କାର୍ଯ୍ୟକ୍ରମକୁ ରାଜନୀତି ବିଭାଗ ଅଧ୍ୟାପକ ବିନୋଦ କୁମାର କର ଓ ଲୋକନାଥ ବେହେରା ପ୍ରଦୀପ ପ୍ରଜ୍ଜ୍ଵଳନ କରି ଆରମ୍ଭ କରିଥିଲେ। ଆଲୋଚନା ଚକ୍ରରେ ରାଜନୀତି ବିଭାଗ ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। + ୩ ଦ୍ଵିତୀୟ ବର୍ଷ ଛାତ୍ରୀ ପୂଜା ସ୍ୱାଇଁ ଓ ପାୟଲ ରାଣୀ ସ୍ୱାଇଁ ଆଲୋଚନା ଚକ୍ରର ସନ୍ଦର୍ଭକୁ ପାଠ କରିଥିଲେ। ଏହା ପରେ ଆଲୋଚନା ଓ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ତ ଅଧ୍ୟାପକ ଓ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଶେଷରେ ପାଠଚକ୍ରର ସମ୍ପାଦିକା ମୌସୁମୀ ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here