କୋଷାଗୁମୁଡା ବ୍ଲକ ରେ ବିଜେଡିର କର୍ମୀ ସମ୍ମିଳନୀ

0
433

କୋଷାଗୁମୁଡା(ଯୋଗେନ୍ଦ୍ର ପ୍ରସାଦ ମହାନ୍ତି) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ଚୁରୁଚୁଣ୍ଡା ଠାରେ ବିଜେଡି ଦଳ ପକ୍ଷରୁ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନବରଙ୍ଗପୁର ଜିଲ୍ଲା ବିଜେଡି ସଭାପତି ତଥା ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ , ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ , ସାଂସଦ ପ୍ରତିନିଧି ଯୋଗେନ୍ଦ୍ର ସ୍ୱାଇଁ , କୋଷାଗୁମୁଡା ବ୍ଲକ ବିଜେଡି ସଭାପତି ପ୍ରଶାନ୍ତ ବକ୍ସି ଓ ଅନେକ ବରିଷ୍ଠ ନେତା ଯୋଗଦେଇଥିଲେ । ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଦଳ ପକ୍ଷରୁ ଖସଡ଼ା ପ୍ରସ୍ତୁତ କରାଯାଇ କିଭଳି ଅଧିକ ରୁ ଅଧିକ ବିଜେଡି ସମର୍ଥିତ ପ୍ରାର୍ଥୀମାନେ ବିଜୟୀ ହେବା ସହ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ବିଜେଡି ଦଖଲ କରିବ ସେନେଇ ଆଲୋଚନା କରିଥିଲେ । ସେହିପରି କର୍ଚ୍ଚାମାଳ ପଞ୍ଚାୟତ ର ଅନ୍ୟ ଦଳର ନେତାମାନେ ଆଜି ବିଜେଡି ଦଳରେ ସାମିଲ ହୋଇଥିଲେ । ସେମାନଙ୍କୁ ଜିଲ୍ଲା ବିଜେଡି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।ଆଜିର ଏହି ବିଜେଡି କର୍ମୀସମ୍ମିଳନୀ ରେ ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ର ଶତାଧିକ କର୍ମୀ ଓ ନେତା ମାନେ ଯୋଗଦେଇଥିବା ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here