କୋଟିନଡା ଓ ସିଦ୍ଧେଶ୍ଵର ପଞ୍ଚାୟତରେ ଖୋଲିଲା ଧାନ ମଣ୍ଡି

0
134

ଦିଗପହଣ୍ଡି – ଦିଗପହଣ୍ଡି ନିୟନ୍ତ୍ରିତ ବଜାର କମିଟି ଆନୁକୂଲ୍ୟରେ ଶୁକ୍ରବାର ଠାରୁ ଦିଗପହଣ୍ଡି ବ୍ଳକର କୋଟିନଡା ଏବଂ ସିଦ୍ଧେଶ୍ଵର ପଞ୍ଚାୟତରେ ଧାନ ମଣ୍ଡି ଖୋଲାଯାଇଥିବା ଜଣାପଡିଛି ।‌ ପ୍ରଥମତଃ , କୋଟିନଡା ପଞ୍ଚାୟତ କାର୍ଯ୍ୟାଳୟରେ ଓମ୍ ସାଇରାମ ସ୍ବୟଂ ସହାୟିକା ସଂଘ ଦ୍ୱାରା ପରିଚାଳିତ କେନ୍ଦ୍ରରେ ଦିଗପହଣ୍ଡି ତହସିଲଦାର ଅଶୋକ କୁମାର ତ୍ରିପାଠୀ ଯୋଗଦେଇ ମଣ୍ଡୀର ଶୁଭ ଉଦଘାଟନ କରିଥିଲେ । ଯୋଗାଣ ନିରୀକ୍ଷକ ବ୍ରଜେଶ୍ବର ରାୟଙ୍କ ସଂଯୋଜନାରେ ସ୍ଥାନୀୟ ସରପଞ୍ଚ ଗୀତାଞ୍ଜଳି ବେହେରା , ସମିତି ସଭ୍ୟା ତମାଳ ନାୟକ , ପୂର୍ବତନ ସରପଞ୍ଚ ପ୍ରତିନିଧି ଉମା ବିଷୋୟୀ , ଓମ୍ ସାଇରାମ ସଂଘ ସଭାପତି ବନିତା ବିଷୋୟୀ , ସଂପାଦକ ସଂଯୁକ୍ତା ସ୍ବାଇଁ , ଆର୍ ଏମ୍ ସି ଫିଲ୍ମ ଅଫିସର ସଂଗ୍ରାମ ଜିତ ପାଳ ପ୍ରମୁଖ ଉପସ୍ଥିତ ରହିଥିଲେ । ସେହିପରି ସିଦ୍ଧେଶ୍ଵର ସେବା ସମବାୟ ସମିତିରେ ତହସିଲଦାର ଶ୍ରୀ ତ୍ରିପାଠୀଙ୍କ ଦ୍ଵାରା ଧାନ ମଣ୍ଡି ଉଦଘାଟିତ ହୋଇଥିବା ବେଳେ ସରପଞ୍ଚ ବିଜୟ କୁମାର ପ୍ରଧାନ , ସିଦ୍ଧେଶ୍ୱର ସେବା ସମବାୟ ସଭାପତି ନୀରଞ୍ଜନ ପ୍ରଧାନ , ସଂପାଦକ ଗୋପାଳକୃଷ୍ଣ ଜେନା , ଡାଇରେକ୍ଟର ଗୋପାଳକୃଷ୍ଣ ମଲ୍ଲିକ, ମାଗତା ଡାକୁଆ , ମନୋରଞ୍ଜନ ଲେଙ୍କା , ବୃନ୍ଦାବନ ସେଠୀ , ବି . କାମିନୀ ରେଡ୍ଡୀ , ପ୍ରଶନ ବିଷୋୟୀ ଉପସ୍ଥିତ ରହିଥିଲେ । ଏହି ପରିପ୍ରେକ୍ଷୀରେ ଚଳିତ ୨୦୨୨-୨୩ ବର୍ଷ ନିମନ୍ତେ ସରକାରଙ୍କ ଦ୍ଵାରା ମଣ୍ଡୀରେ ସାଧାରଣ ଧାନର ଧାର୍ଯ୍ଯଦର କ୍ଵିଣ୍ଟାଲ ପ୍ରତି ୨୧୮୩ ଟଙ୍କା ରହିଥିବା ବେଳେ ଗ୍ରେଡ ଏ ଧାନର ମୂଲ୍ୟ ୨୨୦୩ ଟଙ୍କା ରହିଥିବା ଜଣାପଡିଛି । ମିଲର କୃଷ୍ଣଚନ୍ଦ୍ର ରଥ , ଗୋପୀଚାନ୍ଦ ପଣ୍ଡା , କୈଳାସ ଚନ୍ଦ୍ର ପଣ୍ଡା , ପ୍ରଭାକର ବେହେରା ସମେତ ବହୁ ଚାଷୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here