ଭଞ୍ଜନଗର ରେ ଜିଲ୍ଲାପାଳଙ୍କ କୋଭିଡ଼ ସମୀକ୍ଷା ; କୋରନା ମୁକ୍ତ ଭଞ୍ଜନଗର ପାଇଁ ଆହ୍ୱାନ

0
469

ଭଞ୍ଜନଗର(ନିଲୁ ବିଷୋୟୀ) ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ଆଜି ଭଞ୍ଜନଗର ବ୍ଲକ ଗସ୍ତରେ ଆସି ବ୍ଲକ କାର୍ଯ୍ୟାଳୟ ପରିସର ରେ କୋଭିଡ – ୧୯ ର ସମୀକ୍ଷା ବୈଠକ କରିଥିଲେ। ଏହି ଅବସରରେ ସେ ଜନ ସାଧରଣ ଓ କୋଭିଡ଼ ଯୋଦ୍ଧା ଙ୍କ ପରିଶ୍ରମ ଓ ସହଯୋଗ ଫଳରେ ଆମେ କରୋନା ହରାଇବାରେ ରେ ସକ୍ଷମ ହୋଇ ପାରିଛନ୍ତି ବୋଲି ଉଦବୋଧନ ଦେଇଥିଲେ | ଭଞ୍ଜନଗର ବ୍ଲକର ପଞ୍ଚାୟତ ପ୍ରତିନିଧି ଓ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ସମ୍ବୋଧନ କରି ଆହ୍ୱାନ କରିଥିଲେ ଯେ ଏହି ମାସ ଟି ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏଣୁ ଆମକୁ ସମସ୍ତ ପ୍ରକାରର କୋଭିଡ଼ ନିୟମ ପାଳନ କରି ଚଳିବାକୁ ପଡିବ । ତେବେ ଯାଇ ଆମର ବିଜୟ ସୁନିଶ୍ଚିତ ହେବ ଓ ପୁଣି ଥରେ କୋରନା ମୁକ୍ତ ଭଞ୍ଜନଗର ହୋଇପାରିବ। ବ୍ଲକ କାଯ୍ୟାଳୟ ଠାରେ ଆଜି ଉପରୋକ୍ତ ମନ୍ତବ୍ୟ ପ୍ରକାଶ କରିବା ସହ ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଥିଲେ । ଏହି କାଯ୍ୟକର୍ମ ରେ ଅନ୍ୟ ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୀଲ କୁମାର ସେଠୀ , ତହସିଲଦାର ଆଲୋକ କୁମାର ପ୍ରଧାନ , ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସମେତ ଭଞ୍ଜନଗର ବ୍ଲକ ର ସମସ୍ତ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ଓ ସ୍ୱାସ୍ଥ୍ୟ କର୍ମୀ ମାନେ ଯୋଗ ଦେଇଥିଲେ |

LEAVE A REPLY

Please enter your comment!
Please enter your name here