ଖେମୁଣ୍ଡି ମହାବିଦ୍ଯାଳୟରେ ରକ୍ତଦାନ ଶିବିର

0
178

ଦିଗପହଣ୍ଡି – ଶୁକ୍ରବାର ଦିନ ଦିଗପହଣ୍ଡି ଖେମୁଣ୍ଡି ମହାବିଦ୍ଯାଳୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଅନୁପ କୁମାର ମିଶ୍ର , ଯୁବ ଓଡିଶା କାର୍ଯ୍ଯକ୍ରମ ନୋଡାଲ ଅଧିକାରୀ ହିମାଂଶୁ ଶେଖର ମିଶ୍ର ଏବଂ ତ୍ରିଲୋଚନ ରଇତଙ୍କ ମିଳିତ ତତ୍ତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ଛାତ୍ର ଦେବବ୍ରତ ମହାପାତ୍ର ପ୍ରଥମେ ରକ୍ତଦାନ କରି ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ପରେ ମହାବିଦ୍ଯାଳୟ କର୍ମଚାରୀ ସଶ୍ମିତା ସ୍ବାଇଁ , ରାଜୀବ ଲୋଚନ ରଥ , ସରୋଜ ବିଷୋୟୀ , ଶାନ୍ତାରାମ ପାତ୍ର , ହେମନ୍ତ ନାୟକଙ୍କ ସମେତ ୧୫ଜଣ ଛାତ୍ରୀ ଓ ବହୁ ଛାତ୍ର ରକ୍ତଦାନ କରିଥିଲେ । ଏହି ଅବସରରେ ଜୀବନବିନ୍ଦୁ ରାଜ୍ୟ ସଂଯୋଜକ ସୁବାଷ ଚନ୍ଦ୍ର ମହାରଣା , ଖେମୁଣ୍ଡି ରକ୍ତଦାତା ସଂଘର ସଭାପତି ଭି. ଧର୍ମା ରାଜୁ , ପ୍ରାକ୍ତନ ସଭାପତି ତପନ କୁମାର ମିଶ୍ର , ସମ୍ପାଦକ ହରପ୍ରସାଦ ରଥ ଅତିଥି ଭାବେ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ରକ୍ତ କେନ୍ଦ୍ରର ଡାକ୍ତର ରଶ୍ମି ପାଣିଗ୍ରାହୀ ଓ କର୍ମଚାରୀଙ୍କ ପକ୍ଷରୁ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ଅଧ୍ୟାପକ ଗୋପୀନାଥ ଦାଶ , ପ୍ରଭଞ୍ଜନ ପଣ୍ଡା , ଦୁର୍ଯ୍ୟୋଧନ ପ୍ରଧାନ , ଭାରତୀ ଭୂଷଣ ମହାରଣା , ସ୍ମିତାରାଣୀ ପାଠୀ , ପ୍ରିୟଙ୍କା ପାତ୍ର , ଆଶିଷ ଭୂୟାଁ , ପଦ୍ମନାଭ ପାତ୍ର , ସୁକାନ୍ତି ପାଣିଗ୍ରାହୀ , ସୁମିତ୍ରା ସେଠୀ , ଛାତ୍ର ନାରାୟଣ ଜେନାଙ୍କ ସହ ରେଡକ୍ରସ ସ୍ବେଚ୍ଛାସେବୀ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here