ଦିଗପହଣ୍ଡି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଏକବିଂଶ ତିତମ ବାର୍ଷିକୋତ୍ସବ

0
142

ଦିଗପହଣ୍ଡି – ଦିଗପହଣ୍ଡି ସରସ୍ବତୀ ନଗର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଶୁକ୍ରବାର ଦିନ ଏକବିଂଶ ତିତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି ।ବିଦ୍ୟାମନ୍ଦିର ପରିଚାଳନା ସମିତି ଅଧ୍ଯକ୍ଷ ରାମଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ ନଗରପାଳ ପ୍ରଫୁଲ୍ଲ ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ସେହିପରି ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶୁ ସେଠୀ , ପୂର୍ବତନ ଅତିରିକ୍ତ ତହସିଲଦାର ସିମାଞ୍ଚଳ ମହାନ୍ତି ସମ୍ମାନିତ ଅତିଥି ଏବଂ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ସହପ୍ରାନ୍ତ ପ୍ରଚାରକ ସୃଷ୍ଟିଧର ବିଶ୍ବାଳ ମୁଖ୍ୟ ବକ୍ତା ରୂପେ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ବିଦ୍ୟାଳୟ ପରିଚାଳନା ସଂପାଦକ ତଥା ସହକାରୀ ଶିକ୍ଷକ ପ୍ରକାଶ ଚନ୍ଦ୍ର ପ୍ରଧାନ ସ୍ବାଗତ ଅଭିଭାଷଣ ପ୍ରଦାନ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଷଷ୍ଠୀ ପ୍ରସାଦ ବିଷୋୟୀ ବାର୍ଷିକ ବିବରଣୀ ପାଠ କରିଥିଲେ । ଅନୁଷ୍ଠିତ ଉତ୍ସବରେ ବାର୍ଷିକ ମୁଖପତ୍ର ‘ ଆହ୍ୱାନ ‘ କୁ ଅତିଥି ବୃନ୍ଦ ଉନ୍ମୋଚନ କରିଥିଲେ । ଛାତ୍ରୀଙ୍କ ବଳିଷ୍ଠ ଉପସ୍ଥାପନାରେ ସଭାକାର୍ଯ୍ୟ ପରିଚାଳନା କରାଯାଇଥିଲା । ଏହିପରି ଭାବେ ଅତିଥି ମାନେ ବିିଦ୍ୟାଳୟ କତ୍ତୃପକ୍ଷ ଓ ଅଭିଭାବକ ମଧ୍ୟରେ ସୁସମ୍ପର୍କ ହିଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ଜଣେ ଉତ୍ତମ ନାଗରିକ ହେବାରେ ସହାୟକ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ । ଅନ୍ୟତମ ପ୍ରଧାନାଚାର୍ଯ୍ୟ ଭଗବତୀ ପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ପୂରାତନ କୃତିତ୍ୱ ଛାତ୍ର ଛାତ୍ରୀ ସମେତ ବାର୍ଷିକ କ୍ରୀଡା ଓ ବିଭିନ୍ନ ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ପ୍ରତିଭାଙ୍କୁ ଅତିଥିମାନଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହ ଚଳିତ ବର୍ଷ ଜାତୀୟ ସ୍ତରରେ ବିଜ୍ଞାନ ମେଳାରେ ପ୍ରଥମ ସ୍ଥାନ ହାସଲ କରିଥିବା ଦଶମ ଶ୍ରେଣୀ ଛାତ୍ର ଏଲ୍. କପିଲଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିବା ସହ ବିଦ୍ୟାଳୟ ପାଇଁ ଗୈାରବ ଆଣିଥିବା କହିଥିଲେ । ଏହି କାର୍ଯ୍ୟକ୍ରମରେ ପରିଚାଳନା କମିଟି ଉପସଭାପତି ପ୍ରତ୍ୟୁଷ କୁମାର ପତି, କୋଷାଧ୍ୟକ୍ଷ ସୁଶାନ୍ତ କୁମାର ଦୋରା , ଉପଦେଷ୍ଟା କେ . ରାମମୂର୍ତ୍ତୀ ଆଚାରୀ , ଶ୍ୟାମସୁନ୍ଦର ରେଡ୍ଡୀ , ପୂର୍ବତନ ସଂପାଦକ କୈଳାସ ବେହେରା , ସାନ୍ତୁନୁ ମାଝୀ , ବାବୁଲା ଦୋରା , ସୂର୍ଯ୍ୟ ଗମାଙ୍ଗ , ପ୍ରତାପ କୁମାର ସାହୁ,ବିଜୟ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ । ଶେଷରେ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଛାତ୍ରୀ ଛାତ୍ର , ବହୁସଂଖ୍ୟକ ଅଭିଭାବକ , ପରିଚାଳନା ସମିତିର ସମସ୍ତ କାର୍ଯ୍ୟକର୍ତ୍ତା ସଭ୍ୟା ସଭ୍ୟ ସଭାରେ ଉପସ୍ଥିତ ଥିଲେ । ସମସ୍ତ ଆଚାର୍ଯ୍ୟା ଆଚାର୍ଯ୍ୟ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here