ସେଦିନ ଥିଲା ସାଢେ ଏଗାର ଆଜି ସାଢେ ଦଶ ଷଣ୍ଢମୂଳ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ରେ ଝୁଲୁଛି ତାଲା ?

0
131

ବେଗୁନିଆପଡା:ଗତ ଏଗାର ତାରିଖ ଦିନ ଠିକ ୧୧.୩୦ ମିନିଟ୍ ସମୟରେ ଗଞ୍ଜାମ ଜିଲ୍ଲା କୋଦଳା ତହସିଲ୍ ଅନ୍ତର୍ଭୁକ୍ତ ଷଣ୍ଢମୂଳ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟରେ ତାଲା ଝୁଲିଥିଲା | ଖବର ପ୍ରସାରଣ ର ଠିକ ଚାରି ଦିନ ପରେ ମଧ୍ୟ ସାଢେ ଦଶ ସମୟରେ ଝୁଲୁଛି ତାଲା । ଯାହା ଫଳରେ ପ୍ରଭାବିତ ହେଉଛି ତହସିଲ କାର୍ଯ୍ୟ ଏଵଂ ହଇରାଣ ହେଉଛନ୍ତି ଅନେକ ମହିଳା ଓ ପୁରୁଷ | ସ୍ଥାନୀୟ କୋଦଳା ତହସିଲଦାର ଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରେ କହିଛନ୍ତି ଯେ ସରକାରି କାର୍ଯ୍ୟାଳୟ ନିର୍ଦ୍ଧାରିତ ସମୟ ଦଶ ଟା ରେ ଖୋଲିବା କଥା କିନ୍ତୁ କାହିଁକି ଖୋଲା ଯାଇନାହିଁ ସେ ଅନୁସନ୍ଧାନ କରିବେ | ହେଲେ ଏଠି ପ୍ରଶ୍ନ ଉଠୁଛି ତହସିଲଦାର ଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଷଣ୍ଢମୂଳ ରାଜସ୍ବ ନିରୀକ୍ଷକ କଣ ଅଧିକାରୀ ଙ୍କ ଠାରୁ ଉର୍ଦ୍ଧରେ କି? ନା ଅନ୍ୟ କାହାର ଆଶୀର୍ବାଦ ରହିଛି, ଯାହା କି ତଦନ୍ତ ସାପେକ୍ଷ | ଏହି କାର୍ଯ୍ୟାଳୟ ଉପରେ ସ୍ଥାନୀୟ ଅଞ୍ଚଳରୁ ଶହ ଶହ ଲୋକ ଜମିଜମା ସମ୍ବଦ୍ଧିୟ କାର୍ଯ୍ୟ ପାଇଁ ନିର୍ଭର କରୁଥିବା ବେଳେ ଏଠିକାର କର୍ମଚାରୀ ଙ୍କ ମନ ମୁଖୀ କାର୍ଯ୍ୟ କଳାପ କୁ ନେଇ ପ୍ରଶ୍ନ ଉଠୁଛି | ଯଦି ରାଜସ୍ୱ ନିରୀକ୍ଷକ ମହୋଦୟ କୌଣସି ଫିଲ୍ଡ କାର୍ଯ୍ୟ କିମ୍ବା ଅଫିସ କାର୍ଯ୍ୟରେ ଯାଇଛନ୍ତି ତାହା ହେଲେ କାର୍ଯ୍ୟାଳୟ ରେ ଅନ୍ୟମାନେ ଉପସ୍ଥିତ ଥାନ୍ତେ। ନତୁବା ସୂଚନା ଫଳକ ରେ କାର୍ଯ୍ୟକ୍ରମ ବିଷୟ ନେଇ ଲିପିବଦ୍ଧ କରିଥାନ୍ତେ । ଏସବୁ ରେ କିନ୍ତୁ ବାରମ୍ବାର ବ୍ୟତିକ୍ରମ ଦେଖିବାକୁ ମିଳୁଛି ।କାର୍ଯ୍ୟାଳୟ ର ମୁଖ୍ୟ ଫାଟକ ରେ ତାଲା ଝୁଲୁ ଥିଲା ଚତୁର୍ଥ ଶ୍ରେଣୀ କର୍ମଚାରୀ ଙ୍କ ମଧ୍ୟ ଦେଖା ନାହିଁ । କିନ୍ତୁ ସରକାରୀ ଦପ୍ତର ରୁ ମୋଟା ଅଙ୍କର ଦରମା ପାଉଥିବା ବାବୁଙ୍କ ଏହା ମନମାନି ନା ବେଖାତିର ମନୋଭାବ ଯାହାକୁ ନେଇ ତାତିଲେଣି ସାଧାରଣ ଲୋକେ | ପୂର୍ବରୁ ଏ ନେଇ ଖବର ପ୍ରସାରଣ କରାଯାଇଥିବା ବେଳେ କାର୍ଯ୍ୟାନୁଷ୍ଟାନ ଅଭାବରୁ ଏମିତି ଘଟୁଥିବା ସାଧାରଣରେ ଆଲୋଚନା ହେଉଛି | ତେବେ ବାରମ୍ବାର ଖବର ପ୍ରସାରଣ ପରେ କଣ ପଦକ୍ଷେପ ନେଉଛନ୍ତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତାହା ଦେଖିବାକୁ ବାକି ରହିଲା ?

LEAVE A REPLY

Please enter your comment!
Please enter your name here