ଶଙ୍କୁରୁ ହାଇ ସ୍କୁଲରେ କିଶୋରୀ ସ୍ୱାସ୍ଥ୍ୟ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

0
129

ବୁଗୁଡା :ବୁଗୁଡା ବ୍ଲକ ଅନ୍ତର୍ଗତ କରୁଣା ଟ୍ରଷ୍ଟ ପରିଚାଳିତ ମାଣିତରା ସରକାରୀ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପକ୍ଷରୁ ଡିସେମ୍ବର ୧୬ ତାରିଖ ଦିନ ଶଙ୍କୁରୁ ଶ୍ରୀ ଭାଗବତ ସ୍ୱାମୀ ଉଚ୍ଚ ବିଦ୍ୟାଳୟରେ କିଶୋରୀ ସ୍ୱାସ୍ଥ୍ୟ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସଚେତନତା କାର୍ଯ୍ୟକ୍ରମ ରେ ୧୦ ରୁ ୧୯ ବର୍ଷ କିଶୋରୀମାନଙ୍କ ଋତୁସ୍ରାବ ଓ ସ୍ୱାସ୍ଥ୍ୟଗତ ବିଷୟରେ ପରାମର୍ଶ ଦିଆଯାଇଥିଲା। ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଡାକ୍ତର ଦୟାନିଧି ରାଉତ ଓ ଡାକ୍ତର ଦୁର୍ଗା ପ୍ରସାଦ ବିଶ୍ବାଳ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କିଶୋରୀ ମାନଙ୍କୁ ଋତୁସ୍ରାବ ଜନିତ ରୋଗ ଓ ପ୍ରତିକାର ଏବଂ ସ୍ୱାସ୍ଥ୍ୟ ସୁରକ୍ଷା ବିଷୟ ନେଇ ସଚେତନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାହ୍ନୁ ଚରଣ ସ୍ୱାଇଁ , ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରୀମାନେ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସ୍ଥାନୀୟ ଅଙ୍ଗନୱାଡି କର୍ମୀ ଓ ଆଶା କର୍ମୀ ବୃନ୍ଦ ସହଯୋଗ କରିଥିଲେ।

ରିପୋର୍ଟ:ସ୍ୱରୂପସୁମନ ମହାରଣା

LEAVE A REPLY

Please enter your comment!
Please enter your name here