କୋଭିଡ଼ କଟକଣାରେ ପାଳିତ ହେଉଛି ଜାଗର

0
278

ବେଗୁନିଆପଡା(ନ୍ୟୁଜ ଏକ୍ସଟ୍ରା) ଆଜି ହେଉଛି ପବିତ୍ର ମହା ଶିବରାତ୍ରୀ |ବେଗୁନିଆପଡା ଅଂଚଳରେ ଥିବା ଅମରେଶ୍ୱର ଶୈବ ପୀଠ, ଧବଳେଶ୍ୱର ପୀଠ, ତୁମ୍ବେଶ୍ୱର ପୀଠ ଓ କୋଦଳା ଠାରେ ଥିବା ପ୍ରସିଦ୍ଧ ଦଣ୍ଡିଶ୍ୱର ପୀଠ ସଦା ସର୍ବଦା ଚଳ ଚଞ୍ଚଳ ରହୁଥିବା ବେଳେ ବର୍ତ୍ତମାନ ପରିସ୍ଥିତିରେ ଶୈବ ପୀଠ ଗୁଡ଼ିକ କୋଭିଡ଼ କଟକଣା ଯୋଗୁଁ ଖାଁ ଖାଁ ଲାଗୁଚି। ପ୍ରତିବର୍ଷ ବିଭିନ୍ନ ସ୍ଥାନରୁ ଏଠାରେ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ହେଉଥିବା ବେଳେ ଚଳିତ ବର୍ଷ କିନ୍ତୁ ବହୁ କମ ସଂଖ୍ୟକ ଭକ୍ତ ରହିଥିବା ଦେଖାଯାଇଛି।ପ୍ରଶାସନ ନିୟମକୁ ପାଳନ କରି ଦଣ୍ଡିଶ୍ୱର ପୀଠ ରେ ଅଳ୍ପ ସଂଖ୍ୟକ ଭକ୍ତ ଙ୍କ ଗହଣରେ ପ୍ରଭୁଙ୍କୁ ପୂଜାର୍ଚନା କରାଯାଇଛି । ବହୁ ଦୂର ଦୁରାନ୍ତରୁ ଲୋକମାନେ ନ ଆସି କେବଳ ସ୍ଥାନୀୟ ଓ ଆଖପାଖ ଅଞ୍ଚଳର ଭକ୍ତମାନେ ଏଠାକୁ ଆସୁଥିବା ଲକ୍ଷ୍ୟ କରାଯାଇଛି।ସେହିପରି ମନ୍ଦିର ପରିଚାଳନା କମିଟି ତରଫରୁ କୋଭିଡ଼ କଟକଣା ପାଳନ କରି ଭକ୍ତମାନଙ୍କୁ ଶୃଙ୍ଖଳିତ ଦର୍ଶନ କରିବା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି।

ରିପୋର୍ଟ:ଦେବାଶିଷ ମହାରଣା

LEAVE A REPLY

Please enter your comment!
Please enter your name here