କଳିଙ୍ଗ ମହୋତ୍ସବ ଉଦଯାପିତ

0
204

ଵ୍ରହ୍ମପୁର: ବ୍ରହ୍ମପୁର ଆଇ ଟି ଆଇ ପଡିଆରେ କଳିଙ୍ଗ ମହୋତ୍ସବ ର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି, ଅଭିଷେକ କ୍ରିଏସନ ଓ କଳିଙ୍ଗ ଟିଭି ଆନୁକୂଲ୍ୟରେ ଆୟୋଜିତ ଦ୍ଵିତୀୟ ସନ୍ଧ୍ୟା ରେ ମୁଖ୍ୟ ଅତିଥି ରୂପେ କୋଲକତା ସତ୍ୟଜିତ ରାୟ ପିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ ଯୋଗ ଦେଇ ବ୍ରହ୍ମପୁର ସହର ରେ ଏହି ପରି ସୁନ୍ଦର କାର୍ଯ୍ୟକ୍ରମ ପାଇଁ ଭୁୟସୀ ପ୍ରଂଶସା କରି ଆମ ରାଜ୍ୟ ରେ ଅନେକ ଲୋକ କଳା ସଂସ୍କୃତି ରହିଛି ତା ‘ ମଧ୍ୟରୁ ଗଞ୍ଜାମ ଜିଲ୍ଲା ର କଳା ସଂସ୍କୃତି ସାରା ଦେଶରେ ସୁନାମ ଅର୍ଜନ କରିଥିବା କହିଥିଲେ… ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା , କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ବ୍ରହ୍ମପୁର ମହାନଗର ନିଗମର ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ. ବିବେକ ରେଡ୍ଡୀ, ଦକ୍ଷିଣାଞ୍ଚଳ ଆଇ. ଜି ସତ୍ୟବ୍ରତ ଭୋଇ,ସଂସୃତି ପ୍ରେମୀ ଯାମିନୀ କାନ୍ତ ଦାସ, ବାଙ୍କୀ ବ୍ଲକ ଅଧକ୍ଷା ପୁଷ୍ପଲତା ସାମନ୍ତ, ଉଦଘୋଷାକ ହୃଷିକେଶ ପାଣିଗ୍ରାହୀ, ସୂଦୀପ୍ତା ପାଣିଗ୍ରାହୀ, ବରିଷ୍ଠ ଭେଷଜ ଡାକ୍ତର ଉମା ଶଙ୍କର ମିଶ୍ର, ବ୍ରହ୍ମପୁର ଆଇ ଟି ଆଇ ଅଧକ୍ଷ ରଜତ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ lଏହି ଅବସରରେ ବିଭିନ୍ନ ସୁନାମ ଧନ୍ୟ ଅନୁଷ୍ଠାନ ଗୁଡିକ ପକ୍ଷରୁ ରଙ୍ଗା ରଙ୍ଗ ନୃତ୍ୟ ଓ ସଂଗୀତ ପରିବେଷଣ ହୋଇଥିଲା lମହୋତ୍ସବ କମିଟି ର ମୁଖ୍ୟ ସଂଯୋଜକ ପ୍ରକାଶ ପଟନାୟକ ସଂଯୋଜନା ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସୁଦିପ ସାହୁ, ଉଷା ରାଣୀ ମହାପାତ୍ର, ରବୀନ୍ଦ୍ର ନାଥ ଡାକୁଆ, ମାନସ ବିଷୋୟୀ, ଟୁଟୁ ବେହେରା, ରବୀନ୍ଦ୍ର ବେହେରା, ପବିତ୍ର ପାତ୍ର, ପ୍ରଶାନ୍ତ ମହାରଣା, ସନ୍ତୋଷ ସାହୁ,ସୁମନ ପଟନାୟକ, ସଂଜୀବ ପଟନାୟକ, ସୁଜିତ ଭଟ୍ଟମିଶ୍ର, ଦୀପକ ପଟନାୟକ, ପ୍ରଶାନ୍ତ ପାତ୍ର ଓ ସଂଜୀତ ଓରାମ ସହଯୋଗ କରିଥିଲେ l

LEAVE A REPLY

Please enter your comment!
Please enter your name here