ସାଧନା ଡ୍ୟାନ୍ସ ଏକାଡେମୀ ତରଫରୁ ଜିଲ୍ଲା ସ୍ତରୀୟ ନୃତ୍ୟ ଓ ଫେସନ ପ୍ରତିଯୋଗୀତା ଅନୁଷ୍ଠିତ

0
225

ବ୍ରହ୍ମପୁର:ସାଧନା ଡ୍ୟାନ୍ସ ଏକାଡେମୀ ତରଫରୁ ଜିଲ୍ଲା ସ୍ତରୀୟ ନୃତ୍ୟ ଓ ଫେସନ୍ ପ୍ରତିଯୋଗୀତା ଡ୍ୟାନ୍ସ ଫେସ୍-୨୦୨୩ ରବିବାର ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଏକାଡେମୀର ମୁଖ୍ୟ ପରିଚାଳିକା ସାଧନା ପାଢ଼ୀ ଓ ଗୁରୁ ଦିଲୀପଙ୍କ ତତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ଶିବାନନ୍ଦ ବାରିକ ସଂଯୋଜନା କରିଥିବାବେଳେ ଏଥିରେ ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥିଭାବେ ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇ, କର୍ପୋରଟର ଦୀନେଶ ମିଶ୍ର, ସମାଜସେବୀ ତଥା ଯୁବନେତା ଏ. ସନ୍ତୋଷ କୁମାର ପାତ୍ର,ଉଷାରାଣୀ ମହାପାତ୍ର,ସୁଦୀପ କୁମାର ସାହୁ ଡାକ୍ତର ଚନ୍ଦନ ଗନ୍ତାୟତ,ବନ୍ଦିତା ତ୍ରିପାଠୀ,ଶ୍ରୀନିବାସ ପୃଷ୍ଠି, ରାମେଶ୍ଵରୀ ନନ୍ଦ,ଆଭା ପାଣିଗ୍ରାହୀ, ଟ୍ଵିଙ୍କଲ୍ ଗମାଙ୍ଗ,ଟି.କ୍ରୀଷ୍ଣାମୋହନ ରେଡି, ଡାକ୍ତର ସ୍ବାତୀ ଦାସ ପ୍ରମୁଖ ଯୋଗ ଦେଇଥିଲେ । ଏହି ପ୍ରତିଯୋଗୀତାର କୃତୀତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ ।ଏହି ଅବସରରେ ଉପସ୍ଥିତ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୀନା ଦାସ,ରଶ୍ମିତା ଦଳେଇ,ପୁଷ୍ପାଞ୍ଜଳି ମହାପାତ୍ର, ପୁଷ୍ପିତା ପାଣିଗ୍ରାହୀ, ଆୟେଶା ପାତ୍ର, ଅସ୍ମିତା ମହାନ୍ତିଙ୍କ ସମେତ ବିଭିନ୍ନ ଅନୁଷ୍ଠାନର ସଦସ୍ୟମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here