ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ପରଲୋକ

0
374

ବେଗୁନିଆପଡା(ନ୍ୟୁଜ ଏକ୍ସଟ୍ରା) ଏହି ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ଗ୍ରାମର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଅଭିରାମ ଗୌଡ଼ଙ୍କର ଆଜି ଭୋର ସମୟରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘଦିନ ହେବ ଶଯ୍ୟାଶାୟୀ ଥିଲେ। ସ୍ବର୍ଗତ ଗୌଡ଼ ସୁମଣ୍ଡଳ ସ୍ଥିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟକରି ଅବସର ଗ୍ରହଣ କରିଥିଲେ।ଏହା ସହିତ ସେ ସୁମଣ୍ଡଳ ଗ୍ରାମ୍ୟ କମିଟି ସଭାପତି ଭାବେ ୧୫ ବର୍ଷ ଧରି ଦାୟିତ୍ୱ ନେଇଥିବା ବେଳେ ପଙ୍କ।ଳ ମୁଠା ଗୋପାଳ ସମାଜର ସଭାପତି ଭାବେ ମଧ୍ୟ ଦାୟିତ୍ୱ ନିଭାଇଥିଲେ। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ସମସ୍ତ ପୁଅ, ଝିଅ, ପୁତ୍ରବଧୁ ଓ ଆତ୍ମୀୟ ସ୍ଵଜନ ଉପସ୍ଥିତ ଥିବା ବେଳେ ତାଙ୍କର କିଛି ଛାତ୍ର ମଧ୍ୟ ଉପସ୍ଥିତ ଥିଲେ।ତାଙ୍କ ମୃତ୍ୟୁରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି।

ରିପୋର୍ଟ-ଦେବାଶିଷ ମହାରଣା

LEAVE A REPLY

Please enter your comment!
Please enter your name here