କୋରନା ଯୋଦ୍ଧା ଙ୍କୁ ରାଷ୍ଟ୍ରୀୟ ସମ୍ମାନ ଜଣାଇଲା ପ୍ରଶାସନ

0
336

ଭଞ୍ଜନଗର(ନିଲୁ ବିଶୋଇ) ଅଦୃଶ୍ୟ ଶକ୍ତି କୋରନା ମହାମାରୀ ସାରା ବିଶ୍ୱରେ ନିଜ କାୟା ବିସ୍ତାର କରି ଚାଲିଥିବା ବେଳେ ଏହି ମହାମାରୀ କୁ ପ୍ରତିହତ କରିବା ପାଇଁ ବହୁ ଯୋଦ୍ଧା ଜନସାଧାରଣ ଙ୍କ ପାଇଁ ଲାଗିପଡ଼ିଛନ୍ତି। ଆଉ ଏଭଳି ସ୍ଥିତିରେ ଆଜି ପୁଣି ଜଣେ କୋରନା ଯୋଦ୍ଧା ମୃତ୍ୟୁ ବରଣ କରିଛନ୍ତି। ଗଂଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ମେଡିକାଲ ଅଧୀନରେ ଥିବା ଜଗନ୍ନାଥ ପ୍ରଶାଦ ବ୍ଳକର ବରଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାଯ୍ୟରତ ଫାର୍ମାସିଷ୍ଟ ସୁରେଶ ଚନ୍ଦ୍ର ବିଷୋୟୀ କୋରନା ରେ ମୃତ୍ୟୁ ବରଣ କରିଛନ୍ତି। ସେ ଏହି ମହାମାରୀ ସମୟରେ ଦୀର୍ଘ ଦିନ ଧରି ବରଗାଁ ଅଂଚଳବାସି ଙ୍କୁ ଚିକିତ୍ସା ଯୋଗାଇ ଆସୁଥିଲେ। ଫଳରେ ଗତ କିଛି ଦିନ ଧରି ସେ ଅସୁସ୍ଥ ହୋଇପଡିଥିଲେ। ଗତକାଲି ସନ୍ଧ୍ୟାରେ ତାଙ୍କୁ ଭଞ୍ଜନଗର ଉପଖଣ୍ଡ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କ ନିକଟରେ କୋରନା ଲକ୍ଷଣ ପ୍ରକାଶ ପାଇବାରୁ ତାଙ୍କର ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା। ଟେଷ୍ଟ ହେବାର କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା। ହୋଇଥିବା ଆଣ୍ଟିଜେନ ଟେଷ୍ଟ ରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଫଳରେ ଆଜି ଭଞ୍ଜନଗର ପ୍ରଶାସନ ପକ୍ଷରୁ ତାଙ୍କୁ ମେଡ଼ିକାଲ ପରିସରରେ କୋରନା ଯୋଦ୍ଧା ରୂପେ ଗାର୍ଡ ଅଫ ଅନର ସଂମାନ ପ୍ରଦାନ କରାଯାଇଛି। ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ , ଉପଖଣ୍ଡ ମେଡିକାଲ ଅଧିକ୍ଷକ ସୀତଂସୁ ଶେଖର ଶତପଥୀ , ପୋଲିସ ଓ ମେଡିକାଲ କର୍ମଚାରୀ ମାନେ ଉପସ୍ଥିତ ରହି ଥିଲେ

LEAVE A REPLY

Please enter your comment!
Please enter your name here