ଶତାୟୁ ମହିଳାଙ୍କ ପରଲୋକ

0
182

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ମୁଣ୍ଡୁଳା ଗ୍ରାମର ଶତାୟୁ ମହିଳା ରମାଦେବୀ ପ୍ରଧାନଙ୍କ ଦେହାନ୍ତ ହୋଇଛି । ସେ ନିଜ ବାସଭବନରେ ଇହଧାମ ସମ୍ବରଣ କରିଥିବା ବେଳେ ମୃତ୍ୟୁ ବେଳକୁ ତାଙ୍କୁ ୧୨୦ ବର୍ଷ ହୋଇଥିଲା । ତାଙ୍କର ପରିବାର ବର୍ଗ,ବନ୍ଧୁ ବାନ୍ଧବଙ୍କ ଉପସ୍ଥିତିରେ ଗାଁ ଶ୍ମଶାନ ରେ ଅନ୍ତିମ ସଂସ୍କାର ହୋଇଥିଲା । ସେ ଜଣେ ପର ଉପକାରୀ, ମେଳାପି, ମିଷ୍ଠବାସୀ ଓ ଧର୍ମ ପରାୟଣ ମହିଳା ଥିଲେ । ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

LEAVE A REPLY

Please enter your comment!
Please enter your name here