କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ କାର୍ଯ୍ୟକ୍ରମ

0
306

ଦିଗପହଣ୍ଡି – ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ସୋମବାର ଦିନ ଦିଗପହଣ୍ଡି ବ୍ଳକର ବିଭିନ୍ନ ସରକାରୀ ବିଦ୍ଯାଳୟ ମାନଙ୍କରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଓ ଓଡ଼ିଶା ମିଲେଟସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ପୂର୍ଣ୍ଣାଙ୍ଗ ବିକାଶ ଓ ବିଦ୍ଯାଳୟର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରଥମେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଏନ୍ଏସି ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସିଆରସିସି ଅନିଲ କୁମାର ଦାସ ଓ ଶିକ୍ଷକ ଉପେନ୍ଦ୍ର କୁମାର ପଣ୍ଡା ମିଳିତ ସଂଯୋଜନାରେ ଉଦଘାଟନ ଉତ୍ସବରେ ଗୋଷ୍ଠୀ ଶିକ୍ଷାଧିକାରୀ କୁରେଶୁ ସେଠୀ ଏହାକୁ ଶୁଭାରମ୍ଭ କରିଥିବା ବେଳେ ପୁରସ୍କାର ବୀତରଣ ଉତ୍ସବରେ ଆଇନଜୀବି ହରପ୍ରସାଦ ରଥ , ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ପାଣିଗ୍ରାହୀ , ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ରସାନନ୍ଦ ଘଡେଇ , ନୃତ୍ୟ ଗୁରୁ ପ୍ରଦୀପ କୁମାର ରଥ , ଗୋଷ୍ଠି ସମ୍ବଳ ଶିକ୍ଷକ ସୁଶାନ୍ତ କୁମାର ପ୍ରଧାନ ଏବଂ ମଦନ ମୋହନ ପଢିଆରୀ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଶିକ୍ଷା ପାଇଁ ପୋଷଣ ନିହାତି ଆବଶ୍ୟକ ସହ କାର୍ଯ୍ୟକ୍ରମର ମୁଖ୍ୟ ପ୍ରସଙ୍ଗ ବୋଲି ଅତିଥି ବୃନ୍ଦ କହିଥିଲେ । ସେହିଭଳି ଗୋକର୍ଣ୍ଣପୁର କ୍ଲଷ୍ଟର ସ୍ତରୀୟ ସୁରଭି ବିଜୟ ପଦ୍ମନାଭପୁର ଶାସନ (ଲାଡିଗାଁ) ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ସିଆରସିସି ବାସୁଦେବ ବେହେରା ଏବଂ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ଗୌଡ ଏହାକୁ ପରିଚାଳନା କରିଥିବା ବେଳେ ସମିତିସଭ୍ଯ କୃଷ୍ଣଚନ୍ଦ୍ର ସେଠୀ, ଜିଲ୍ଲା ପରିଷଦ ପ୍ରତିନିଧି ଏମ୍. ନିରଞ୍ଜନ ରେଡି ଏବଂ ସରପଞ୍ଚ ପ୍ରତିନିଧି ସନ୍ତୋଷ କୁମାର ଦୋରା ଅତିଥି ଭାବେ ଯୋଗ ଦେଇଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here