କନ୍ୟାରିବାଡି ଗାଁ ମୁହଁରେ ପଡିଛି ଜି ଆର୍ ଏସ୍ ସୁଶିଲ ଙ୍କ ମୃତ ଦେହ , ହତ୍ୟା ନା ଆତ୍ମହତ୍ୟା ?

0
468

ବେଗୁନିଆପଡା : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ବୁରୁଝରି ପଞ୍ଚାୟତ ର କନ୍ୟାରିବାଡି ଗାଁ ମୁହଁରେ ସେହି ଗ୍ରାମର ସୁଶିଲ କୁମାର ମହାନ୍ତିଙ୍କ ମୃତ ଦେହ ପଡିଛି । ଆଜି ସକାଳୁ ଗାଁ ଲୋକ ଦେଖିଥିଲେ । ଯୁବକ ଟି ମୁହଁ ମାଡି ପଡି ରହିଥିବା ହେତୁ ପ୍ରଥମେ ପରିଚୟ ଜଣା ପଡୁନଥିଲା । ପୋଲିସ ଆସିଲା ପରେ ମୃତ ଦେହଟିକୁ ଓଲଟାଇଲା ପରେ ସେହି ଗ୍ରାମର ଯୁବକ ସୁଶିଲ ବୋଲି ଜଣା ପଡ଼ିଥିଲା । ତାଙ୍କୁ କେହି ହତ୍ୟା କରି ଏଠାରେ ପକାଇଛି ନା ସେ ସେ ଆତ୍ମହତ୍ୟା କରିଛନ୍ତି ତାହା ତଦନ୍ତ ସାପେକ୍ଷ ? ସେ ସାନ ଉସ୍ତାପଡା ପଞ୍ଚାୟତରେ ଜି ଆର୍ ଏସ୍ ଭାବେ କାର୍ଯ୍ୟରତ ଥିଲେ । ଘଟଣାସ୍ଥଳରେ ବେଗୁନିଆପଡା ଭାରପ୍ରାପ୍ତ ଥାନା ଅଧିକାରୀ ସଂଗ୍ରାମ କେଶରୀ ଦେହୁରୀ ସଦଳବଳେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏ ନେଇ କନ୍ୟାରିବାଡି ଗ୍ରାମରେ ଶୋକାକୁଳ ପରିସ୍ଥିତି ଦେଖାଦେଇଛି । ତାଙ୍କୁ କେହି ହତ୍ୟା କରି ଏଠାରେ ପକାଇଥିବା ଗ୍ରାମବାସୀ ମାନେ ସନ୍ଦେହ ପ୍ରକାଶ କରିଛନ୍ତି !

ରିପୋର୍ଟ:ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ

LEAVE A REPLY

Please enter your comment!
Please enter your name here