ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସଫେଇ ଓ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

0
268

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ଆଗା ସାହି ସହରାଞ୍ଚଳ ଚିକିତ୍ସାଳୟ ତରଫରୁ ସଫେଇ କାର୍ଯ୍ୟକ୍ରମ ଓ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି।ମେଡ଼ିକାଲ ଇନଚାର୍ଜ ଡାକ୍ତର ନଳିନୀ କାନ୍ତ ପାଢୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ବିଭିନ୍ନ ୱାର୍ଡରେ ନନ୍ ସ୍ଲାମ ଏରିଆରେ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ରୋଗୀଙ୍କୁ ସେମାନଙ୍କ ରକ୍ତଚାପ,ସୁଗର୍ ,କର୍କଟ ଓ ଯକ୍ମା ଆଦି ରୋଗର ପରୀକ୍ଷା କରିବା ସହିତ ସେମାନଙ୍କୁ ସମସ୍ତ ଔଷଧ ବ୍ୟବସ୍ଥା କରାଯାଇଛି।ଶିବିରକୁ ଆସିଥିବା ଲୋକଙ୍କୁ ପ୍ରାଣାୟମ ଯୋଗ ଆଦି ଶିକ୍ଷା ଦିଆଯାଇଥିଲା। ଆଜି ପ୍ରଥମେ ପୁରୁଣା ବ୍ରହ୍ମପୁର ନିକଟ ମୁର୍ଦୁଙ୍ଗିଆ ବିଦ୍ୟାଳୟ ପରିସରରେ ଏହି ଶିବିର ଆୟୋଜନ କରାଯାଇଥିଲା।ସେହିପରି ଏହି ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଆଉ ଦୁଇ ଗୋଟି ଏଭଳି ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ ହେବ।ଆଗା ସାହି ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଓ ଅନ୍ୟାନ୍ଯ କର୍ମଚାରୀଙ୍କ ଉତ୍ତମ ବ୍ୟବହାର ଓ ଉନ୍ନତମାନର ଚିକିତ୍ସା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ପୁରସ୍କୃତ ହୋଇ ସହରରେ ସବୁ ଠାରୁ ଅଧିକ ଚିକିତ୍ସା ପାଇଁ ରୋଗୀ ଆସୁଥିବା ଦେଖିବାକୁ ମିଳିଥାଏ।
ଏହା ପୁର୍ବରୁ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ସଫେଇ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା।ଆଜିର ଏହି କାର୍ଯ୍ୟକ୍ରମରେ ଫର୍ମାଶିଷ୍ଟ ,ଟୀ ଭି ସୁପରଭାଇଜର, ନର୍ସିଂ ଓଫିସର,ଲେବ ଟେକ୍ନିକାଲ୍,ଡାଟା ଆସିଷ୍ଟାଣ୍ଟ ,ସହଯୋଗୀ କର୍ମଚାରୀ,ହେଲଥ ୱାରକର ଓ ଆଶା ଦିଦି ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚଳନା କରିଥିଲେ।ଶେଷରେ ସାମ୍ଭାଦିକ ତଥା ସମାଜସେବୀ ଅନୀଲ କୁମାର ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ:ଦୀପକ ପଣ୍ଡା

LEAVE A REPLY

Please enter your comment!
Please enter your name here