ମୋ ସେବାକେନ୍ଦ୍ର ପରିଚାଳକ ସଂଘ ତରଫରୁ ୭ ଦଫା ଦାବି ନେଇ ଦାବିପତ୍ର ପ୍ରଦାନ

0
159

ଦିଗପହଣ୍ଡି – ଦିଗପହଣ୍ଡି ବ୍ଳକ ଗ୍ରାମ ପଞ୍ଚାୟତ ସ୍ତରରେ ରହିଥିବା ମୋ ସେବା କେନ୍ଦ୍ରକୁ ସରକାର ସମସ୍ତ ଯୋଜନାରେ ସାମିଲ ଏବଂ ସେମାନଙ୍କ ଅଗ୍ରାଧିକାର ମାନ୍ୟତା ନିମନ୍ତେ ମଙ୍ଗଳବାର ଦିନ ପରିଚାଳକ ସଂଘ ତରଫରୁ ୭ ଦଫା ଦାବି ପୂରଣ ନିମନ୍ତେ ଦାବିପତ୍ର ପ୍ରଦାନ କରାଯାଇଛି । ଖବରନୁଯାୟୀ , ବ୍ଳକ ଅଧିନସ୍ଥ ପଞ୍ଚାୟତ ମାନଙ୍କରେ ସରକାର ଗ୍ରାମାଞ୍ଚଳ ଶିକ୍ଷିତ ବେକାରୀ ମାନଙ୍କୁ ରୋଜଗାର କ୍ଷମ କରିବା ନେଇ ଏହି ସଂସ୍ଥା ଖୋଲିଥିବା ବେଳେ କର୍ମଚାରୀ ମାନେ ବିନା ଆର୍ଥିକ ସହାୟତାରେ ଗତ ୩ ବର୍ଷ ଧରି ଲୋକମାନଙ୍କୁ ସରକାରଙ୍କ ଜନ ହିତକାରୀ କାର୍ଯ୍ୟକୁ ପହଞ୍ଚାଇ ପାରୁଥିବା କହିଛନ୍ତି । ଏପରିକି ସେମାନଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାପାଇଁ ପ୍ରତିଶ୍ରୁତି ଦିଆଯାଇଥିବା ବେଳେ ଆଜିଯାଏଁ କୌଣସି ସମାଧାନ କରାଯାଇନଥିବା ଦାବିରେ ଉଲ୍ଲେଖ କରିଛନ୍ତି । ଏପରିକି ସେମାନେ ନିଜସ୍ଵ ଅର୍ଥରେ ଘରଭଡ଼ା ଠାରୁ ଆରମ୍ଭ କରି ବିଦ୍ୟୁତ ବିଲ୍ ଦେବାକୁ ପଡୁଥିବା କହିଛନ୍ତି । ଏପରିକି ସରକାର ନୂତନ ଭାବେ ସି . ଏସ୍ . ପି ପ୍ଳସ କେନ୍ଦ୍ର ଖୋଲିବାକୁ ଯାଉଥିବା ବେଳେ ପୂର୍ବରୁ ସେବା ଯୋଗାଇ ଆସୁଥିବା କର୍ମଚାରୀଙ୍କ ଜୀବିକା ନ ଛଡାଇ ସେମାନଙ୍କୁ ଏହି ଯୋଜନାରେ ସାମିଲ କରାଯାଉ ଭଳି ୭ ଦଫା ଦାବି ନେଇ ମଙ୍ଗଳବାର ଦିନ ସଂଘ ପକ୍ଷରୁ ଦିଗପହଣ୍ଡି ବିଡ଼ିଓଙ୍କ ଅନୁପସ୍ଥିତିରେ ଏବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଏହି ଦାବି ପ୍ରଦାନ ସମୟରେ ସଂଘ ସଭାପତି ଦିପ୍ତୀମୟୀ ସାହୁ , ସଂପାଦକ ଶିବଶଙ୍କର ପାତ୍ର , ସୁଶାନ୍ତ ଗୈାଡ , ସୁନୀଲ ଗୈାଡ , ସନ୍ତୋଷ ସେଠୀ , ଶଙ୍କର ସ୍ବାଇଁ , ହରି ରେଡ୍ଡୀ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here