ଆଞ୍ଚଳିକ ଓଡିଶା ଆରକ୍ଷଣ ମଞ୍ଚ ପ୍ରଭାରୀ ହେଲେ ଗଜାନନ ତ୍ରିପାଠୀ*

0
732

ଦିଗପହଣ୍ଡି(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ମାଟିର ଗର୍ବ ଆଉ ଗୌରବ ବ୍ରାହ୍ଣଣ ପୁଅ ଗଜାନନ ତ୍ରିପାଠୀ ଆଜି ଆରକ୍ଷଣ ଉଛେ ଦ ମଞ୍ଚ ର ଓଡିଶା ପ୍ରଭାରୀ ଭାବେ ନିଯୁକ୍ତି ପାଇଛନ୍ତି । ତାଙ୍କୁ ଓଡ଼ିଶା ଅନ୍ତରାଷ୍ଟ୍ରୀୟ ବ୍ରାହ୍ଣଣ ମହାସଂସ୍ଥାର ଅଧକ୍ଷ ପଣ୍ଡିତ ବିଶିଷ୍ଠ ଦୁବେଙ୍କ ପକ୍ଷରୁ ନିଯୁକ୍ତି ଦେଇଥିବା ଘୋଷଣା କରାଯାଇଛି । ସେ ଏହା ପୂର୍ବରୁ ଓଡ଼ିଶା ବ୍ରାହ୍ଣଣ ମହାସଭାର ରାଜ୍ୟ ଉପସଭାପତି ଏବଂ ସର୍ବ ଭାରତୀୟ ସ୍ତରର ବ୍ରାହ୍ଣଣ ମହାମଞ୍ଚର ଉତ୍ତରପୂର୍ବାଞ୍ଚଳ ସମ୍ପାଦକ ଦାୟିତ୍ୱରେ ଥିଲେ । ସେ ପେଷାରେ ଜଣେ ଆଇନଜୀବୀ ଏବଂ ସାମ୍ବାଦିକ ଥିଲେ ମଧ୍ୟ ଆଜକୁ ୪୦ ଦଶନ୍ଦି ଧରି ସନାତନ ହିନ୍ଦୁ ଧର୍ମର ସଂରକ୍ଷଣ ପାଇଁ କାର୍ୟ୍ୟ କରିଆସୁଛନ୍ତି । ଗଜାନନଙ୍କୁ ପ୍ରଭାରୀ ଦାୟିତ୍ୱ ଅର୍ପଣ କରିଥିବାରୁ ଜିଲ୍ଲା ବ୍ରାହ୍ଣଣ ମହାସଭାର ସମ୍ପାଦକ ଲକ୍ଷ୍ଣଣ ଚୌଧୁରୀ, ରାଜ୍ୟ ଉଚ୍ଚ ନ୍ୟାୟାଳୟ ଆଇନଜୀବୀ ଡ଼କ୍ଟର ସୁଧାଂଶୁ ଶେଖର କର ଏବଂ ବ୍ରାହ୍ଣଣ ଆରକ୍ଷଣ ମଞ୍ଚ ଦିଗପହଣ୍ଡିର ସଭାପତି ତଥା ସାମ୍ବାଦିକ ଶିବ ପ୍ରସାଦ ରଥ ଓ ପଣ୍ଡିତ ସୀମାଞ୍ଚଳ ତ୍ରିପାଠୀଙ୍କ ସହିତ ବ୍ସାମବେଦୀ ପଣ୍ଡିତ ସମ୍ଭବ କୁମାର ତ୍ରିପାଠୀ,ପୂର୍ବତନ ବୈଦିକ ବ୍ରାହ୍ଣଣ ସଭାପତି ଲଳିତ ମୋହନ ଦାଶ, ସାମ୍ବାଦିକ ଏବଂ ଆଇନଛାତ୍ର ସମୀରକାନ୍ତ ତ୍ରିପାଠୀ, ଦିଗପହଣ୍ଡି ବ୍ରାହ୍ଣଣ ସେବା ସମିତିର ସଭାପତି ଲକ୍ଷ୍ମୀନାରାୟଣ ସାହୁ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here