ତମ ଜନ୍ମ ଦିନର ଶୁଭେଚ୍ଛା ଜଣାଇବା ପାଇଁ

0
649

ତମ ଜନ୍ମ ଦିନର ଶୁଭେଚ୍ଛା ଜଣାଇବା ପାଇଁ
ବହୁତ୍ ଖୁସିରେ ପୁତୁରାକୁ ସଙ୍ଗରେ ନେଇ ଆସିଥିଲି ତମ ପାଖକୁ….
ବାଳୁତ ସମୟରେ ନିଜ ଝିଅ ର ମିଛ କଥାଶୁଣି
…ମୋ ମା ଙ୍କ ଆଗରେ ମୋତେ ପହଁରା ରେ ପିଟିଥିଲେ ….
ତୋରି ସ୍ଥାନରେ ……
ମା ଙ୍କ ଆଖିରୁ ଲୁହ ଝରିଆସି ଥିଲା..
.ବଡ଼ ଘର ବୋଲି ଲୁହ ଓ ଦୁଃଖଟିକୁ ଛାତିରେ ଚାପି ଦେଉଥିଲା …କାରଣ ସିଏ ମହନ୍ତ ଥିଲେ….
ତମେ ମୋର ପଡୋଶୀ ହୋଇ ମଧ୍ୟ…..
ସେଇ ଅଭିମାନ ଧରି ମୁଁ ତମ ଦ୍ଵାରକୁ
ଆଉ କେବେ ଯାଉ ନଥିଲି….
କିନ୍ତୁ ମନରେ ଯଥେଷ୍ଟ ଶ୍ରଦ୍ଧା ଓ ପ୍ରେମ ଅଛି ତମ ପାଇଁ …
ତମେ ମଧ୍ୟ ଜାଣିଛ ,,,ଆଉ ମୁଁ ମଧ୍ୟ……
କିନ୍ତୁ ଗତ କାଲି ଯାହା ଘଟିଲା ,!!!!!
ତମେ ଦେଖିକି , ସୁଣିକି ମଧ୍ୟ ଚୁପ୍ କିପରି ରହି ପାରିଲ ?????
କ୍ରୋଧ ତ ବହୁତ୍ ଆସିଥିଲା….
ହେଲେ ଆଖିର ଲୁହ କୋହଟିକୁ ଚୁପ୍ କରାଉଥିଲା ….।
ତାଙ୍କର ପରିଚୟ ……????
ପ୍ରଥମ ଥର ପାଇଁ ତମ ଦ୍ୱାରରୁ ଘର ଭିତରକୁ ପାଦ ବଢାଇ ଥିଲି ,,,
ଭୁଲ୍ କଣ ଥିଲା ମୋର …..???
ବାସ୍ ଏତିକି ଯେ କିଛି କ୍ଷଣ ପାଇଁ
ମୁଁ ନିଜକୁ ଭୁଲି ତମ ପାଖକୁ ଧାଇଁ ଯାଇଥିଲି ….!!!!
କଣ ପିନ୍ଧିଛି ,ଗୋଡ଼ ଧୋଇଛି କି ନାହିଁ
କିଛି ସ୍ମରଣ ନଥିଲା…..
ୟେ କଣ ମୋର ଭୂଲ ଥିଲା…??
ଯଦି ଭୂଲ ଥିଲା ,,ତେବେ କ୍ଷମା ମାଗୁଛି….
କିନ୍ତୁ ଗୋଟେ କଥା ପଚାରିବି
କହିବ ମୋତେ …????
ତମ ପ୍ରେମରେ ପାଗଳ ,ବାଇ ହୋଇ ହଜାର ହଜାର ଗୋପୀ
ତମ ପାଖକୁ ଧାଇଁ ଯାଉଥିଲେ ,,,,
ଏବଂ ତମେ ସଭିଙ୍କୁ ତମ ହୃଦୟରେ
ଖୁବ୍ ଉଚିତ୍ ଓ ସମ୍ମାନ ସ୍ଥାନ ଦେଇଥିଲ …।
କାରଣ ତାଙ୍କ ଭାବ ହିଁ ତମକୁ ବାନ୍ଧି ରଖୁଥିଲା…
ଆଜି ଏ ଅନ୍ତର ପାନ୍ତର ମୋ ପାଇଁ କାହିଁକି .????
ତେବେ ମୋ ଭାବରେ କିଛି ଉ ଣା ରହି ଯାଇଥିଲା କି ???
ଥରେ ମୋତେ କହିବ କି କାହ୍ନା …..???
ପୁଷ୍ପାଞ୍ଜଳୀ ପ୍ରଧାନ
କଟକ

LEAVE A REPLY

Please enter your comment!
Please enter your name here