ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ କାର୍ମଶାଳା

0
668

ରାଇକିଆ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ): କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବିଜେଡି ପକ୍ଷରୁ ମଙ୍ଗଳବାର ଅପରାହ୍ନରେ ରାଇକିଆ ଆରଏମସି ହାଟ ପଡିଆ ଠାରେ ସଭ୍ୟ ସଂଗ୍ରହ ଅଭିଯାନ ସମ୍ପର୍କୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ରାଇକିଆ ବ୍ଲକ ବିଜେଡି ସଭାପତି ରାଜମୋହନ ଦିଗାଳଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ମୁଖ୍ୟ ଅତିଥିଭାବେ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ , ସଂମ୍ମାନିତ ଅତିଥି ଭାବେ ସଂଖ୍ୟାଲଘୁ ସେଲର ରାଜ୍ୟ ସମ୍ପାଦକ ଏମ.ଡି. ୱାସିନ, ବିଜୁ ଯୁବ ଜନତା ଦଳ ଜିଲ୍ଲା ସଭାପତି ପ୍ରଦୀପ ପ୍ରଧାନ ଯୋଗଦେଇଥିଲେ। ଏଥିରେ ନୂତନ ସଭ୍ୟ ଭାବେ ଓଡ଼ିଶାର ଏକ କୋଟି ଜନସାଧାରଣଙ୍କୁ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍ଷ୍ୟ ରଖିଥିବାବେଳେ ରାଇକିଆ ବ୍ଲକରେ ଏହା କିପରି ସଫଳ ହେବ ସେ ନେଇ ଅତିଥି ମାନେ ଗୁରୁତ୍ୱାରୋପ କରିଥିଲେ। ଏହି କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ସଂଖ୍ୟାଲଘୁ ସେଲର ଜିଲ୍ଲା ସଭାପତି ଜୟାନନ୍ଦ ନାୟକ , କନ୍ଧମାଳ ସାଂସଦ ପ୍ରତିନିଧି ସୁଧାଂଶୁ ପାଣିଗ୍ରାହୀ , ଜିଲ୍ଲା ପରିଷଦ ସଭ୍ୟ ମୁର୍ତ୍ୟୁଞ୍ଜୟ ପାତ୍ର , ମିଥୁନ ନାୟକ, ବିଦ୍ୟାରତ୍ନମଣି ଦିଗାଳ , ଉତ୍ତମ ନାୟକ, ରୋଶନ ନାୟକ , ମିଟୁ ପଣ୍ଡା , ସୁଧୀର ନାୟକ ଏବଂ ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଓ ମୁଖ୍ୟ କର୍ମୀ ଯୋଗ ଦେଇ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here