ଓଡିଶା ଆଦର୍ଶ ବିଦ୍ୟାଳୟରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ

0
264

ବେଗୁନିଆପଡା(ଦେବାଶିଷ ମହାରଣା ) ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ରାଗପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ରେ ସୋମବାର ଦିନ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଷଷ୍ଟ ଶ୍ରେଣୀ ପାଇଁ ୮୦ ସିଟ ଥିବା ବେଳେ ଏଥି ନିମନ୍ତେ ୩୬୦ ଜଣ ଛାତ୍ରୀଛାତ୍ର ଆବେଦନ କରିଛନ୍ତି । ସେହିଭଳି ଅଷ୍ଟମ ଶ୍ରେଣୀ ପାଇଁ ୪ ଟି ସିଟ ଥିବା ବେଳେ ୨୭ ଜଣ ଓ ନବମ ଶ୍ରେଣୀ ପାଇଁ ୧୩ ଟି ସିଟ ଥିବା ବେଳେ ୮ ଆବେଦନ କରିଛନ୍ତି । କୋଭିଡ଼ି ନିୟମ କୁ ପାଳନ କରାଯାଇ ପରୀକ୍ଷା ଅନୁଷ୍ଠିତ ହୋଇଛି । ପ୍ରତ୍ୟକ ଛାତ୍ରଛାତ୍ରୀ ମାସ୍କ ପରିଧାନ କରିବା ସହିତ ସାନିଟାଇଜର ବ୍ୟବହାର କରାଯାଇ ସାମାଜିକ ଦୁରତ୍ବ ଅବଲମ୍ୱନ କରି ପରୀକ୍ଷା ହଲରେ ବସିବାର ବ୍ୟବସ୍ଥା କରାଯାଇଛି । ପରୀକ୍ଷା ପରିଚାଳନା ଦାଇତ୍ଵରେ ବିଦ୍ୟାଳୟ ର ଭାରପ୍ରାପ୍ତ ଅଧ୍ୟକ୍ଷା ଏ. ମିରାରାଣୀ ଥିବା ବେଳେ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଉକ୍ତ ପରୀକ୍ଷା ପରିଚାଳନା ରେ ସହଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here