ରୋଟାରୀ କ୍ଲବ ପକ୍ଷରୁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ବୃକ୍ଷରୋପଣ ଓ ସଫେଇ କାର୍ଯ୍ୟକ୍ରମ

0
216

ଛତ୍ରପୁର : ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଛତ୍ରପୁର ରୋଟାରୀକ୍ଲବ ଓ ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ରୋଟାରୀ କ୍ଲବର ସଭାପତି ନୀରଜଂନ ପାତ୍ରଙ୍କ ନେତୃତ୍ୱ ଏକ ବୃକ୍ଷରୋପଣ ଓ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କ୍ଲବର ସମସ୍ତ କର୍ମକର୍ତ୍ତା ଏବଂ ସଦସ୍ୟ /ସଦସ୍ୟା ଓ ଚିକିତ୍ସାଳୟ ର ବହୁ ଷ୍ଟାପ ମାନେ ଯୋଗଦେଇ ଚିକିତ୍ସାଳୟର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରିବା ସହିତ ହାତରେ ଝାଡୁ ଧରି ସଫେଇ ମଧ୍ୟ କରିଥିଲେ । ଏଥିରେ ଚିକିତ୍ସାଳୟ ର ଭାରପ୍ରାପ୍ତ ଅଧିକ୍ଷୀକ ଡାକ୍ତର ସୁଦର୍ଶନ ସାହୁ ଓ ହସ୍ପିଟାଲ ମ୍ୟାନଜର ଗଣେଷ ନାହାକ ସହଯୋଗ କରିଥିବା ବେଳେ ଛତ୍ରପୁର ରୋଟାରୀ କ୍ଲବର ସମ୍ପାଦକ ସୁଜିତ ପଟ୍ଟନାୟକ , ରୋଟାରୀୟନ ସୁରଜିତ ସାମନ୍ତରାୟ , ପ୍ରଫୁଲ କୁମାର ପଟ୍ଟନାୟକ, ଦ୍ୱାରକା ପଟ୍ଟନାୟକ, ଏମ .ଧନଜଂୟ ରେଡ୍ଡୀ, ଏସ.ରେଖା ମହାନ୍ତି , ପି.କେ ପଟ୍ଟନାୟକ, ନିରୋଦ ପଟ୍ଟନାୟକ, ରବିନ୍ଦ୍ରନାଥ ସାହୁ , ଗୋଲାପ କୁମାରୀ ସାହୁ, ହାଇକୋଟ ଆଡଭୋକଟ୍ ପଦ୍ମ ଚରଣ ସାହୁ ଙ୍କ ସମେତ କ୍ଲବର ଅନ୍ୟାନ୍ୟ ସଦସ୍ୟ /ସଦସ୍ୟା ମାନେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here