ସପ୍ତାହାନ୍ତ ସଟ୍ ଡାଉନରେ ୟୁଥ କ୍ଳବ ପକ୍ଷରୁ ମାଗଣା ଖାଦ୍ୟ ବଣ୍ଟନ

0
273

ପୋଲସରା(ନ୍ୟୁଜଏକ୍ସଟ୍ରା) ମଇ ୧ ଓ ୨ ତାରିଖ ଥିଲା ଦ୍ଵିତୀୟ ସପ୍ତାହାନ୍ତ ସଟ୍ ଡାଉନ। ସପ୍ତାହ ର ଶନିବାର ଓ ରବିବାର ଦିନ କରୋନା ସଂକ୍ରମଣକୁ ପ୍ରତିହତ କରିବା ଅନ୍ୟାନ୍ୟ ସହର ଭଳି ଗଞ୍ଜାମ ଜିଲ୍ଲା ପୋଲସରାରେ ମଧ୍ୟ ସପ୍ତାହାନ୍ତ ସଟ୍ ଡାଉନ୍ ଜାରି ରହିଥିଲା । ସମସ୍ତ ଦୋକାନ ବଜାର ସହ ହୋଟେଲ ମଧ୍ୟ ବନ୍ଦ ରହିଥିବା ବେଳେ ସ୍ଥିତିକୁ ହୃଦୟଙ୍ଗମ କରି ଗିରିଜା ୟୁଥ୍ କ୍ଳବ ପକ୍ଷରୁ ଅସହାୟ ଲୋକ ମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା । ସପ୍ତାହାନ୍ତ ସଟ୍ ଡାଉନ୍ ର ପ୍ରଭାବରେ ଅସହାୟ ଲୋକ ମାନେ ଯେପରି ଭୋକ ଉପାସରେ ନରୁହନ୍ତି ସେଥିପ୍ରତି ଚିନ୍ତା ପ୍ରକଟ କରି ଗିରିଜା ୟୁଥ କ୍ଲବର ସଭାପତି ରବୀନ୍ଦ୍ର କୁମାର ନାୟକ, ସଂପାଦକ ସମୀର ପ୍ରଧାନ, ସହସମ୍ପାଦକ ସୁନୀଲ କୁମାର ସାହୁ, ସଂଯୋଜକ ଅଜିତ କୁମାର ସାହୁ, ଉପଦେଷ୍ଟା ଜିତେନ୍ଦ୍ର କୁମାର ସାହୁ, କୋଷାଧ୍ୟକ୍ଷ ନୀଳକଣ୍ଠ ପ୍ରଧାନ, ସକ୍ରିୟ ସଦସ୍ୟ ମନୋଜ କୁମାର ଘଡେଇ, ପିଣ୍ଟୁ ଦାସ, ବଳରାମ ସାହୁ, ବସନ୍ତ କୁମାର ପ୍ରଧାନ, ଦାଶରଥି ସାହୁ , ଦୀପକ ପ୍ରଧାନ, ସନ୍ତୋଷ ବିଶ୍ବାଳ, ପଦ୍ମନାଭ ପ୍ରଧାନ ପ୍ରମୁଖ ପୋଲସରା ସହର ମଧ୍ୟରେ ଥିବା ଅସହାୟ ବୃଦ୍ଧ, ବୃଦ୍ଧା ଓ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ସହାୟତା କରୁଥିବା ବ୍ୟକ୍ତିମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରିଥିଲେ। ଗିରିଜା ୟୁଥ କ୍ଳବର ମାନବ ସେବା ହିଁ ମାଧବ ସେବା ଆଦର୍ଶକୁ ନେଇ ପୋଲସରା ଅଞ୍ଚଳର ବୁଦ୍ଧିଜୀବୀ ବୃନ୍ଦ କ୍ଲବର ସଦସ୍ୟ ମାନଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି ।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here