ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଓ ଦୁଷ୍କର୍ମ ଉଦ୍ୟମ ମାମଲାରେ ବନ୍ଧା ହେଲେ ଯୁବକ

0
356

ଦିଗପହଣ୍ଡି – ଦିଗପହଣ୍ଡି ଥାନା ଅଧିନସ୍ଥ ଏକ ଗ୍ରାମରେ ଯୁକ୍ତ ଦୁଇରେ ପାଠ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଓ ବଳପୂର୍ବକ ଦୁଷ୍କର୍ମ ଉଦ୍ୟମ ମାମଲାରେ ପୋଲିସ ଜଣକୁ ଗିରଫ କରିଥିବା ଜଣାପଡ଼ିଛି । ଅଭିଯୁକ୍ତ ଜଣକ ହେଲେ ଭୀଷ୍ମଗିରି ଗ୍ରାମର କୃଷ୍ଣ ବେହେରା ବୋଲି ସୂଚନା ମିଳିଛି । ଖବରପ୍ରକାରେ , ନାବାଳିକା ଜଣକ ପ୍ରତ୍ୟହ ଦିନ କଲେଜ ଯିବା ଆସିବା ସମୟରେ ଅଭିଯୁକ୍ତ ଜଣକ ତାଙ୍କୁ ପିଛା କରିବା ସହ ମନ୍ଦ ଉଦ୍ଦେଶ୍ୟ ମନ୍ତବ୍ୟ ଦେଇ ଅସାଦଚରଣ କରୁଥିଲେ । ଏପରିକି ବିଭିନ୍ନ ସମୟରେ ଫୋନ ଜରିଆରେ କଲ୍ କରି ଖରାପ ଭାଷା କହୁଥିଲେ । ତେବେ ଜୁଲାଇ ୫ ତାରିଖ ଦିନ ଅଭିଯୁକ୍ତ କୃଷ୍ଣ ଛାତ୍ରୀଙ୍କ ପିଛା କରି ଘର ନିକଟରେ ପହଞ୍ଚିଥିଲେ । ପରେ ଘରେ କେହି ନଥିବା ଭାବି ଘରେ ପଶି ବଳପୂର୍ବକ ଟଣାଓଟରା କରିବା ସମୟରେ ନାବାଳିକାଙ୍କ ପାଟି ଶୁଣି ବାପା ଦୌଡି ଆସିବାରୁ କୃଷ୍ଣ ସେଠାରୁ ଚମ୍ପଟ ମାରିଥିଲା । ଯାହାଫଳରେ ନାବାଳିକାଙ୍କ ପରିବାର ଦିଗପହଣ୍ଡି ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ ଜଣାଇବା ସହ ଅଭିଯୁକ୍ତଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଥାନା ମାମଲା ନଂ ୨୯୧/୨୩ ପ୍ରକାରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଅଭିଯୁକ୍ତଙ୍କ ଫୋନ ଟ୍ରାକ୍ କରି ଶୁକ୍ରବାର ଦିନ କୃଷ୍ଣଙ୍କୁ ଗିରଫ ପରେ ବ୍ରହ୍ମପୁର ପୋକ୍ସ କୋର୍ଟକୁ ଚାଲାଣ କରାଯାଇଥିଲା । ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ବ୍ରହ୍ମପୁର ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ଦିପ୍ତୀରଞ୍ଜନ ବେହେରାଙ୍କ ନିର୍ଦ୍ଦେଶକ୍ରମେ ତଦନ୍ତକାରୀ ମହିଳା ପୋଲିସ ଅଧିକାରୀ ଏ. ସ୍ବର୍ଣ୍ଣଲତା ପାତ୍ର ସୂଚନା ଦେଇଛନ୍ତି ।
ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here