ଛତ୍ରପୁର ତାଲୁକ ଆଇନ ସେବା କମିଟି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

0
166

ଛତ୍ରପୁର : ଛତ୍ରପୁର ତାଲୁକ ଆଇନ ସେବା କମିଟି ପକ୍ଷରୁ ସ୍ଥାନୀୟ ବିରେଶ୍ଵର ମନ୍ଦିର ନିକଟ ଦାମିୟାନ ନଗର ଠାରେ ଏକ ସଚେତନତା କାର୍ଯ୍ୟକ୍ରମ କମିଟିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌରାଜଜ ମନୋରଞ୍ଜନ ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଛତ୍ରପୁର ଏସଡ଼ି ଜେଏମ ପ୍ରିତିଶ କୁମାର ରଥ, ତାଲୁକ ଆଇନ ସେବା କମିଟିର ସଦସ୍ୟ ତଥା ଆଇନଜୀବୀ ମନୋଜ କୁମାର ପାଢ଼ୀ ଓ ସୁରଜିତ ସାମନ୍ତରାୟ, ଚିକଲଖଣ୍ଡି ସରପଞ୍ଚ ଭଗବାନ ବେହେରା ଓ ଯୁବ ସମାଜ ସେବୀ ଵି. ଶଙ୍କର ରେଡ୍ଡୀ ଯୋଗ ଦେଇ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଗୁଡିକୁ ସଠିକ ଭାବେ ଲୋକମାନେ କିପରି ଜାଣିପାରିବେ ଏବଂ ଯୋଗ୍ୟ ହିତାଧିକାରୀ ମାନେ ପାଇ ପାରିବେ ସେ ସମ୍ପର୍କ ସମସ୍ତେ ସଚେତନତା କରିଥିଲେ l ତାଲୁକ ଆଇନ ସେବା କମିଟି ପକ୍ଷରୁ ପ୍ରଦାନ କରଯାଉଥିବା ବିଭିନ୍ନ ସୁବିଧା ସମ୍ପର୍କ ମଧ୍ୟ ସେମାନେ କହିଥିଲେ, ଏହି ସଚେତନତା କାର୍ଯ୍ୟକ୍ରମ ରେ ଦାମିୟାନ ନଗର ସମେତ ଆଖ ପାଖ ଅଂଚଳ ର ବହୁ ଜନସାଧାରଣ ମାନେ ଉପସ୍ଥିତ ଥିଲେ

LEAVE A REPLY

Please enter your comment!
Please enter your name here