ବରୀରେ ସର୍ବଶିକ୍ଷା ଅଭିଯାନ ବାଟବଣା ଶିକ୍ଷକ ହେଉଛନ୍ତି ମାଲେ ମାଲ ।

0
698

ଯାଜପୁର/ ବରୀ(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଯାଜପୁର ଜିଲ୍ଲା ବରୀ ବ୍ଲକ ରେ ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ ସରକାର କୋଟି କୋଟି ଟକାଂ ଖର୍ଚ୍ଚ କରୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଓ କିଛି ଶିକ୍ଷକ କଂ ମଧୁଚଂଦ୍ରିକା ଯୋଗୁଁ ଏହା କୋମଳ ମତି ଶିଶୁକଂ ନିକଟରେ ଅପହଁଚ ହୋଇଯାଇଛି । ସୁଚନା ମୁତାବକ ଅଧିକାଂଶ ବିଦ୍ୟାଳୟ ରେ ମଧ୍ୟାହ୍ନ ଭୋଜନ ଠାକୁ ଭାବେ ପ୍ରଦାନ କରାଯାଉ ନାହିଁ , ଏପରିକି ପିଲାମାନଙ୍କୁ ପୋଷାକ, ଯୋତା ପ୍ରଦାନ ରେ ଅହେତୁକ ବିଳମ୍ବ ଯୋଗୁଁ ବୁଦ୍ଧି ଜିବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ବିଦ୍ୟାଳୟରୁ ଶିକ୍ଷକ ମାନେ ଚାଉଳ, ଅଣ୍ଡା, ନେବା ନିତି ଦିନିଆ ଅଭ୍ୟାସ ହୋଇଯାଇଛି ।ବିଦ୍ୟାଳୟକୁ ବିଳମ୍ବ ରେ ଆସି ଶୀଘ୍ର ପରିତ୍ୟାଗ କରିବା କଥା ବ୍ଲକ ଶିକ୍ଷାଅଧିକାରୀ ଜାଣି ମଧ୍ୟ ନ ଜାଣିପାରିଲା ପରି
ଚୁପ୍ ଚାପ ବସି ରହୁଛନ୍ତି ।ଖୋଦ୍ ଶିକ୍ଷାଧିକାରୀ କଂ ଦାୟିତ୍ୱ ରେ ଥିବା ଏହି ବ୍ଲକ ରାମଚଂଦ୍ରପୁର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଗତ ଦୁଇ ବର୍ଷ ଧରି ପିଲାମାନଙ୍କୁ ପୋଷାକ କିମ୍ବା ଯୋତା ମିଳି ପାରି ନାହିଁ, ଏ ସଂପର୍କରେ ଶିକ୍ଷାଧିକାର ଅଭୟ କୁମାର ବେହେରା କୁଂ ପଚାରିବାରୁ ସେ ତୁରନ୍ତ ପିଲାମାନଙ୍କୁ ପୋଷାକ ଓ ଯୋତା ବଣ୍ଟନ କରାଯିବା କଥା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here