ବେଗୁନିଆପଡା ବ୍ଲକ ଓ ଏଲ୍ ଏମ୍ ବିଭାଗରେ ବ୍ୟାପକ ଅନିୟମିତତା

0
304

ବେଗୁନିଆପଡା: ନାରୀମାନଙ୍କୁ ସଶକ୍ତିକରଣ ଓ ସ୍ୱାବଲମ୍ବୀ କରିବା ପାଇଁ ସରକାର ବିଭିନ୍ନ ବିଭାଗ ଓ କାର୍ଯ୍ୟପନ୍ଥା ଆପଣାଉ ଥିବାର ଦେଖିବାକୁ ମିଳୁଥିବା ବେଳେ କିଛି ସ୍ଥାନରେ ଏହାକୁ ଢ଼ାଲ କରି ମହିଳା ମାନଙ୍କ ନାମରେ ଆଇନ୍ ବହିର୍ଭୂତ କାର୍ଯ୍ୟ ହେଉଥିବାର ମଧ୍ଯ ନଜର କୁ ଆସିଛି । ଏହାର ଜ୍ୱଳନ୍ତ ଉଦାହରଣ ହେଲା ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ର ଓ ଏଲ୍ ଏମ୍ ବିଭାଗ । ଏହି ବ୍ଲକ ର ପ୍ରାୟ ୨୨ ଗୋଟି ପଞ୍ଚାୟତ ରେ ଦୀର୍ଘ ୫ ରୁ ଉର୍ଦ୍ଧ୍ବ ବର୍ଷ ହେଲାଣି କାର୍ଯ୍ୟ କରୁଛି ଓ ଏଲ୍ ଏମ୍ ବିଭାଗ । ମହିଳା ମାନଙ୍କୁ ସଶକ୍ତି କରଣ ଓ ସ୍ୱାବଲମ୍ବୀ କରିବା ପାଇଁ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ସରକାର ପ୍ରଦାନ କରୁଛନ୍ତି ଲକ୍ଷାଧିକ ଟଙ୍କା । ବର୍ତ୍ତମାନ ଓଡିଶା ସରକାର ମହିଳା ମାନଙ୍କ ପାଇଁ ଖୋଲିଛନ୍ତି ମିସନ ଶକ୍ତି ।
ବେଗୁନିଆପଡ଼ା ବ୍ଳକ ୨୩ ଗୋଟି ପଞ୍ଚାୟତ କୁ ନେଇ ଗଠିତ ।ଏହି ପଞ୍ଚାୟତ ମାନଙ୍କରେ ରହିଛି ଗ୍ରାମପଞ୍ଚାୟତ ସ୍ତରୀୟ ସଂଘ (GPLF) ଏହି ସଂଘ ର ସଦସ୍ୟମାନେ ଦୀର୍ଘ ୫ ରୁ ଉର୍ଦ୍ଧ୍ବ ବର୍ଷ ଧରି କାର୍ଯ୍ୟ କରୁଛନ୍ତି, ଯାହାକି ଗାଇଡ୍ ଲାଇନ୍ ବାହାରେ । ଗାଇଡ୍ ଲାଇନ୍ ଅନୁଯାୟୀ ଗୋଟିଏ GPLF ର ସଦସ୍ୟମାନେ ୨ ବର୍ଷ ପାଇଁ କାର୍ଯ୍ୟ କରିବା ନିୟମ ଥିବା ବେଳେ ଏହି ବ୍ଲକ୍ ର ବିଭିନ୍ନ ପଞ୍ଚାୟତ ରେ ଦୀର୍ଘ ୫ ବର୍ଷ ଧରି ସଦସ୍ୟ ପରିବର୍ତ୍ତନ କରାଯାଇ ନାହିଁ । କାହା ଇସାରାରେ ଚାଲିଛି ଏହି ଗାଇଡ୍ ଲାଇନ୍ ବାହାରେ ଥିବା କାର୍ଯ୍ୟ ? ଯାହାଫଳରେ ନୂତନ ସଦସ୍ୟ ଚୟନ ନ କରିବାକୁ ନେଇ ଜନସାଧାରଣ ଙ୍କ ମନରେ ଉଠିଛି ବଡ ପ୍ରଶ୍ନ ? ଗାଇଡ୍ ଲାଇନ୍ ଅନୁଯାୟୀ ଗୋଟିଏ GPLF ରେ ସର୍ବନିମ୍ନ ୧୧ ଜଣ ସଦସ୍ୟ ରହିପାରିବେ, ଯାହାକୁ କୁହାଯାଏ ଇସି ମେମ୍ବର । ସେମାନଙ୍କ କାର୍ଯ୍ୟକାଳ ୨ ବର୍ଷ ଏବଂ ସମସ୍ତ ସଦସ୍ୟ ମାନେ CLF ବା ଆଞ୍ଚଳିକ ମଞ୍ଚ ରୁ ମନୋନୀତ ହୋଇ ଆସିଥିବେ ଏ କଥା ଆମେ କହୁନୁ କହୁଛି ଗାଇଡ୍ ଲାଇନ୍ । ଏ ନେଇ ବେଗୁନିଆପଡ଼ା ବ୍ଲକ ଓ ଏଲ୍ ଏମ୍ କାର୍ଯ୍ୟାଳୟ ର ଭାରପ୍ରାପ୍ତ ବି ପି ଏମ୍ ଜ୍ଞାନ ରଞ୍ଜନ ରାଉତ ଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ମୋ ଆଗରୁ ଥିବା ବି ପି ଏମ୍ ମାନେ ପରିବର୍ତ୍ତନ କରିନଥିଲେ ମୁଁ ମୌଖିକ ଭାବେ ଜଣାଇଛି । ଏଠି ପ୍ରଶ୍ନ ଉଠିଛୁ ଯେ ସରକାରୀ ଦପ୍ତର କାର୍ଯ୍ୟ କେମିତି ସେ ଚିଠି ନ କରି ମୌଖିକ ଭାବେ ଜଣାଇଛନ୍ତି ବୋଲି କହୁଛନ୍ତି । ଏ ନେଇ ଡି ପି ଏମ୍ ନବୀନ କୁମାର ସେନାପତି ଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ପରିବର୍ତ୍ତନ ହୋଇଛି ଏବଂ ମୁଁ ବୁଝୁଛି କଣ ହୋଈଛି । ଦେଖାଯାଉ ଆଗକୁ କଣ ହେଉଛି ତାହା ଦେଖିବାକୁ ବାକି ରହିଲା । ଏଠି ପ୍ରଶ୍ନ ଉଠୁଛି ଡି ପି ଏମ୍ ତଳ ସ୍ତରର ଅଧିକାରୀ ଙ୍କ ଠାରୁ ବୁଝି ସୁଝି କାର୍ଯ୍ୟ ତଦାରଖ କରୁଛନ୍ତି ନା ଉପର ଠାଉରିଆ ଭାବେ ଉତ୍ତର ରଖୁଛନ୍ତି । ଏକଥା ଆମେ କହୁନୁ, ଉଭୟ ଙ୍କ ପ୍ରତିକ୍ରିୟା ରେ ତାଳମେଳ ରହୁ ନ ଥିବା ଯୋଗୁଁ ତାହା ସନ୍ଦେହ କୁ ଆହୁରି ଘନୀଭୂତ କରୁଛି ? ଏଠାରେ ଇ ସି ମେମ୍ବର ପରିବର୍ତ୍ତନ ହେଲେ କେଉଁ ବାହୁବଳୀ ଅଧିକାରୀଙ୍କ ଅସୁବିଧା ହେଉଛି ତାହାକୁ ନେଇ ଜନସାଧାରଣ ଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି ? ଦେଖାଯାଉ କେବେ ପରିବର୍ତ୍ତନ ହେବ ଇ ସି ମେମ୍ବର ତାହା ଦେଖବାକୁ ବାକି ରହିଲା।

ରିପୋର୍ଟ :ଭଞ୍ଜ କିଶୋର ମହାରଣା

LEAVE A REPLY

Please enter your comment!
Please enter your name here