ମରଣଯନ୍ତା ରାସ୍ତା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ

0
766

ଯାଜପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଯାଜପୁର ଜିଲ୍ଲା ବରି ନିର୍ବାଚନ ମଣ୍ଡଳୀ ଯାଜପୁର ବ୍ଲକ ଅନ୍ତର୍ଗତ ସାହସପୁର ପଂଚାୟତ ଡ଼ଅଂରକୁଳ ଗ୍ରାମରୁ ଗୋବିନ୍ଦପୁର କୁ ସଂଯୋଗ ହୋଇଥିବା ମୁଖ୍ୟ ପିଚୁ ରାସ୍ତା ଯାହାକି ଏମଡିଆର 14 ବରୁଆଁ-ବରୀ ଶିବାଛକ କୁ ସଂଲଗ୍ନ କରୁଥିବା ମୁଖ୍ୟ ରାସ୍ତା ବର୍ତମାନ ମରଣ ଯନ୍ତା ପାଲଟିଲାଣି ,ସୂଚନା ଅନୁଯାୟୀ ନିମ୍ନ ମାନର କାମ ଯୋଗୁଁ ଆଜକୁ ପ୍ରାୟ 5 ମାସ ତଳେ ହୋଇଥିବା ପ୍ରାକ୍ରୁତିକ ଦୁର୍ବିପାକ ଫନି ବାତ୍ୟା ରେ ଉକ୍ତ ରାସ୍ତାର ପାଖାପାଖି 70 ଭାଗ ଅଂଶ ଭୁଶୁଡି ପଡିଥିଲା । ଉକ୍ତ ରାସ୍ତା ଦେଇ ଗମନା ଗମନ କରୁଥିବା ପାଖାପାଖି 5 ରୁ ଉର୍ଦ୍ଧ ଗାଁ ଯଥା ସଂଗଗଦେଇପୁର, ଚଟୁମାରି, ମହମ୍ମଦଜମାପୁର,ଗୋବିନ୍ଦପୁର, ସାହସପୁର, କାନପୁର, , ବରିଲୋ ଉକ୍ତ ଗାଁ ଲୋକ ମାନଙ୍କର ମୁଖ୍ୟ ରାସ୍ତା ହେଉଛି ଏହି ରାସ୍ତା. ସୂଚନା ଅନୁଯାୟୀ ଆଜକୁ ପ୍ରାୟ ଏକ ମାସ ତଳେ ଉକ୍ତ ରାସ୍ତା ଦେଇ ଆସୁଥିବା ଏକ ଅଟୋ ସେଠାରେ ଦୁର୍ଘଟଣା ହୋଇଥିଲା. ଯୋଉଥିରେ କି ଜଣେ ଅଟୋ ଚାଳକ ଗୁରୁତର ଓ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଥିଲେ. ସବୁ ଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ରାସ୍ତା ଅତିକ୍ରମ କରି ଯାଉଥିବା କିଛି ଛାତ୍ର ଛାତ୍ରୀ ମାନେ ବିପଦ ଅବସ୍ଥାରେ ରାସ୍ତା ଅତିକ୍ରମ କରୁଛନ୍ତି,ଏ ସମ୍ପର୍କରେ ଆମେ ଗାଁ ର କିଛି ବୁଦ୍ଧିଯିବି କୁଁ ପଚାରି ବୁଝିଥିଲୁ ସେମାନଙ୍କର କହିବା ଅନୁସାରେ ଆମେ ଏ ବିଷୟରେ ବାରମ୍ବାର ଵିଭାଗୀୟ ଅଧିକାରୀ କୁଁ ଜଣାଇ ଥିଲେ ମଧ୍ୟ ସେମାନଙ୍କର କର୍ଣପାତ ହୋଇନାହିଁ. . କି ଏ ପର୍ଯ୍ୟନ୍ତ କୌଣସି ବିଭାଗୀୟ ଅଧିକାରୀ ସମସ୍ୟା ସମାଧାନ କରିବା ପାଇଁ ତତ୍ପର ପ୍ରକାଶ କରୁନଥିବା ସାାଧାରଣ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।
ତୁରନ୍ତ ରାସ୍ତା ମରାମତି ପାଇଁ ଗ୍ରାମବାସୀ କଂ ପକ୍ଷରୁ ଦାବି କରାଯାଇଛି ।

LEAVE A REPLY

Please enter your comment!
Please enter your name here