ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଅଶ୍ରୁଳ ଶ୍ରଧାଞ୍ଜଳୀ

0
679

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଆଜି ମୋର ସ୍ୱର୍ଗତ ପୁଜ୍ୟସ୍ପଦ ପିତା ଶ୍ରୀ ପ୍ରଭାକର ପଣ୍ଡାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ । ଏହି ଅବସରରେ ସମସ୍ତ ପରିବାର ବର୍ଗ,ଧର୍ମପତ୍ନୀ ଶ୍ରୀମତୀ ସରୋଜିନୀ ପଣ୍ଡା,ତିନି ପୁତ୍ର,ପୁତ୍ର ବଧୂ,ଝିଅ-ଜୋଇଁ,ନାତି ଓ ନାତୁଣୀ ଉପସ୍ଥିତ ରହି ତାଙ୍କର ଅମର ଆତ୍ମାର ସଦଗତି ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି । ସେ ଜଣେ ନ୍ୟାୟାଵନ୍ତ,ଧର୍ମ ପରାୟଣ,ସ୍ନେହୀ,ପରୋପକାରୀ ଓ କର୍ତ୍ତବ୍ୟନିଷ୍ଠ ବ୍ୟକ୍ତି ଥିଲେ । ତାଙ୍କର ହିତୋପଦେଶ ଜୀବନର ପ୍ରତି ମୁହୂର୍ତ୍ତରେ ଅବିସ୍ମରଣୀୟ । ପିତା ରୂପକ ଅସୀମ ସ୍ନେହର ହାତ ଆମ ଜୀବନରୁ ସବୁଦିନ ପାଇଁ ଦୂରେଇଯାଇଥିଲେ ମଧ୍ୟ ତାଙ୍କର ଆଶୀର୍ବାଦ ସଦା ସର୍ବଦା ଆମର ପଥପଦର୍ଶକ ହେବେ ବୋଲି ମୋର ଆଶା ।
ଏଡିଟର ପ୍ରଣୟ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here