ଘୋଡାହଡ ଡ୍ୟାମରେ ବୃଷ୍ଟିଯଜ୍ଞ ଓ ମୁଖ୍ୟ ଗେଟ୍ ପୂଜା ଅନୁଷ୍ଠିତ

0
568

ଗଞ୍ଜାମ:ଖରିଫ ଧାନ ଚାଷ ନିମନ୍ତେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଖମ୍ବାରି ଗାଁ ନିକଟରେ ଥିବା ଘୋଡାହଡ ଡ୍ୟାମରେ ଘୋଡାହଡ ପାଣି ପଞ୍ଚାୟତ ଶୀର୍ଷ କମିଟି ଓ ଜଳସେଚନ ବିଭାଗ ପକ୍ଷରୁ ବୃଷ୍ଟିଯଜ୍ଞ ଓ ମୁଖ୍ୟ ଦ୍ବାର ପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପାଣି ପଞ୍ଚାୟତ ଶୀର୍ଷ କମିଟିି ସଭାପତି ରମେଶ ଚନ୍ଦ୍ର ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ପୂଜାର୍ଚ୍ଚନାରେ ଚିକିଟି ଜଳସେଚନ ବିଭାଜନ ନିର୍ବାହୀ ଯନ୍ତ୍ରୀ ଇଂ. ସଞ୍ଜୟ ଦାସ ବର୍ମା , ଘୋଡ଼ାହାଡ଼ ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ. ଏ .ଗୋପାଳ ରାଓ , ପାଣି ପଞ୍ଚାୟତ ସଂପାଦକ କିର୍ତ୍ତିଚନ୍ଦ୍ର ଗୈାଡ , କୋଷାଧ୍ୟକ୍ଷ ରାମନାଥ ବିଷୋୟୀ , କାର୍ଯ୍ୟକାରୀ କମିଟି ସଦସ୍ୟ ତଥା ଜିଲ୍ଲା ପରିଷଦ ରାଧାକାନ୍ତ ମହାଙ୍କୁଡ , ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଚିତ୍ରସେନ ଗୈାଡ , ମୁରଲୀ ପାତ୍ର , ରାମହରି ଗୈାଡ , ସିମାଞ୍ଚଳ କର , ସୁବାଷ ପ୍ରଧାନ , ଦିଲୀପ ପ୍ରଧାନ ସମେତ ୨୧ ଗୋଟି ପାଣି ପଞ୍ଚାୟତ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ । ଏହି ଅବସରରେ ପୂର୍ବରୁ ଖରିଫ ଧାନ ଚାଷ ଡ୍ୟାମରୁ ମୁଖ୍ୟ କେନାଲ ଯୋଗେ ଜୁଲାଇ ୨୫ ତାରିଖରେ ପାଣି ଛଡାଯିବା ନେଇ ନିଷ୍ପତ୍ତି ହୋଇଥିଲା । ଯାହାଫଳରେ ଆଜି ଡ଼୍ୟାମ ସ୍ଥିତ ଶ୍ରୀ ହନୁମାନ ମନ୍ଦିର ପରିସରରେ ବର୍ଷାକୁ ଆଗମନ କରି ମୁଖ୍ୟ ପଣ୍ଡିତ ପ୍ରବୀଣ କୁମାର ବର୍ମାଙ୍କ ଦ୍ବାରା ପ୍ରଥମେ ବୃଷ୍ଟିଯଜ୍ଞ ପରେ ମୁଖ୍ୟ ଗେଟ୍ ନିକଟରେ ବିଧି ମୁତାବକ ପୂଜାର୍ଚ୍ଚନା କରାଯାଇଥିଲା । ଏଥିରେ ଜଳସେଚନ ବିଭାଗ କର୍ମଚାରୀ ପ୍ରଦୀପ କୁମାର ମହାନ୍ତି ଯଜ୍ଞକର୍ତ୍ତା ରୂପେ ଅଂଶଗ୍ରହଣ କରିଥିଲେ । ତେବେ ଡ଼୍ୟାମର ଜଳଧାରଣ କ୍ଷମତା ୧୧୭.୮୦ ମିଟର ଥିବା ବେଳେ ସୋମବାର ସୁଦ୍ଧା ଡ଼୍ୟାମରେ ୧୧୪. ୭୦ ମିଟର ପାଣି ମହଜୁଦ ରହିଥିବା ନିର୍ବାହୀ ଯନ୍ତ୍ରୀ ଶ୍ରୀ ରାଓ ସୂଚନା ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here