ବାରୁଡାରେ ଅଗ୍ନିକାଣ୍ଡ ; ୮ ପରିବାରର ଘର ପୋଡି ପାଉଁଶ

0
908

ଭଞ୍ଜନଗର (ନିଲୁ ବିଷୋୟୀ) ଭଞ୍ଜନଗର ବ୍ଲକ ଅଧିନ ବାରୁଡା ଗ୍ରାମ ତଳସାହୀ ରେ ଆଜି ମଧ୍ୟାହ୍ନ ୧୨ଟା ସମୟରେ ଅଗ୍ନିକାଣ୍ଡ ଘଟି ଗ୍ରାମର ୮ ପରିବାରର ଘର ଓ ଗୋଟିଏ ଗୁହାଳ ଘର ପୋଡି ପାଉଁଶ ହୋଇଯାଇଛି । ଅଗ୍ନି ବିପନ୍ନ ମାନେ ହେଲେ ଝୁନୁ ପ୍ରଧାନ, ନବୀନ ସାହୁ,ବାବୁଲି ବିଷୋୟୀ, ଖଦାଳ ବେହେରା,ଲଷ୍ମଣ ବେହେରା,ରାମ ବେହେରା,କୃଷ୍ଣ ବେହେରା,ଝରଣା ସାହୁ। ଖବର ପାଇ ଭଞ୍ଜନଗର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ଅଗ୍ନିକାଣ୍ଡ ରେ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଉଛି। ତେବେ ଏହି ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନଥିବା ବେଳେ ବିଦ୍ୟୁତ ସର୍ଟ ସର୍କିଟ ରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ସ୍ଥାନୀୟ ରାଜସ୍ୱ ବିଭାଗ ଅଧିକାରୀ ପହଂଚି କ୍ଷୟକ୍ଷତିର ଆକଳନ କରି ଫେରିଛନ୍ତି। ଅପରପକ୍ଷରେ ଅଗ୍ନି ବିପନ୍ନଙ୍କୁ ତୁରନ୍ତ ଆବଶ୍ୟକୀୟ ସରକାରି ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here