ମେଗା ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ

0
181

ଗଞ୍ଜାମ:ଗ୍ରାମ୍ଯ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ ଆନୁକୂଲ୍ୟରେ ପାଇପ ଯୋଗେ ପ୍ରତ୍ୟେକ ଘର ଲୋକେ କିପରି ସୁବିଧାରେ ପାନୀୟ ଜଳ ପାଇପାରିବେ ତାହାକୁ ନେଇ ବୁଧବାର ଦିନ ଦିଗପହଣ୍ଡି ବ୍ଳକ ପଦ୍ମନାଭପୁର ପଞ୍ଚାୟତରେ ମେଗା ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ପ୍ରତିନିଧି ବି . କ୍ରିଷ୍ଣାରାଓ ସୁବୁଦ୍ଧିଙ୍କ ସଂଯୋଜନାରେ ଦିଗପହଣ୍ଡି ବ୍ଳକ ଉନ୍ନୟନ ଅଧିକାରୀ ଚିତ୍ତରଞ୍ଜନ ଦାସ , ଅତିରିକ୍ତ ତହସିଲଦାର ସନାତନ ମହାଲିକ , ବ୍ଳକ ଅଧ୍ୟକ୍ଷା ସୁନୀତା କୁମାରୀ ସେଠୀ , ଉପାଧ୍ୟକ୍ଷା ସୁକାନ୍ତି ପ୍ରଧାନ , ବିଧାୟକ ପ୍ରତିନିଧି ବିଭୂତି ଭୂଷଣ ମହାପାତ୍ର , ମେଗା ପ୍ରକଳ୍ପ ନିର୍ଦ୍ଦେଶକ ପି . ତରୁଣ ଶିବା କୁମାର , ସ୍ଥାନୀୟ ସରପଞ୍ଚ ବି . ସନ୍ଧ୍ୟାରାଣୀ ସୁବୁଦ୍ଧି , ୨୭ ନଂ ଜୋନ୍ ଜିଲ୍ଲା ପରିଷଦ ସଂଯୁକ୍ତା କବି , ୨୫ ନଂ ଜୋନ୍ ଜିଲ୍ଲା ପରିଷଦ ରାଧାକାନ୍ତ ମହାଙ୍କୁଡ , ଅଧ୍ଯକ୍ଷା ପ୍ରତିନିଧି କୃଷ୍ଣଚନ୍ଦ୍ର ସେଠୀ , ଉପାଧ୍ୟକ୍ଷା ପ୍ରତିନିଧି ନକୁଳ ପ୍ରଧାନ , ବଡଡୁମ୍ବୁଳା ସରପଞ୍ଚ ଗୀତାଞ୍ଜଳୀ ଜାନୀ , କରପଡା ସରପଞ୍ଚ ଫନେନ୍ଦ୍ର ଚନ୍ଦ୍ର ଗୋସ୍ୱାମୀ ,ବି . ତୁରୁବୁଡି ସରପଞ୍ଚ ଲିଙ୍ଗରାଜ ଦୋରା , ଭୀଷ୍ମଗିରି ସରପଞ୍ଚ ଭାରତୀ ବ୍ରହ୍ମା , ସରପଞ୍ଚ ପ୍ରତିନିଧି ଶେଷକାନ୍ତ ଜାନୀ , ସ୍ଥାନୀୟ ସମିତି ସଭ୍ୟା ଜି . ସୁନୀତା ରେଡ୍ଡୀ , ପୂର୍ବତନ ସମିତି ସଭ୍ୟ ଟି . ରାମାରାଓ ସମେତ ମେଗା ପାନୀୟ ଜଳ ପ୍ରକଳ୍ପର ସମସ୍ତ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହିଥିଲେ । ଖବରନୁଯାୟୀ , ଗ୍ରାମାଞ୍ଚଳ ମାନଙ୍କରେ ବିଶୁଦ୍ଧ ପାନୀୟ ଜଳର ଆର୍ଥିକ ସଙ୍କଟ ଦୂରୀକରଣ ଓ ଏହି ପ୍ରକଳ୍ପ କାର୍ଯ୍ୟକାରୀ ଦ୍ବାରା ଲୋକମାନେ କିପରି ଘରେ ପାନୀୟ ଜଳର ସୁବିଧା ପାଇପାରିବେ ତାହାକୁ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଗା ପାଇପ ଯୋଗେ ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ମଞ୍ଜୁର କରିଥିଲେ । ତେବେ ୩୮୩ କୋଟି ଅଟକଳ ବ୍ୟୟରେ ବାଘଲଟି ଜଳସେଚନ ପ୍ରକଳ୍ପ ଓ ଘୋଡାହଡ ଜଳସେଚନ ପ୍ରକଳ୍ପରୁ ପାତ୍ରପୁର ଓ ଦିଗପହଣ୍ଡି ବ୍ଳକର ୨୫ ଖଣ୍ଡ ପଞ୍ଚାୟତ ବିଶୁଦ୍ଧ ପାନୀୟ ଜଳ ଯୋଗାଣର ଉପକୃତ ହୋଇପାରିବେ ବୋଲି ଆଲୋଚନା କରାଯାଇଥିଲା । ତେବେ ଆଜି ଏହାର ଶୁଭ ବିଡ଼ିଓ ଶ୍ରୀ ଦାସଙ୍କ ଦିଆଯାଇଥିବା ବେଳେ କାର୍ଯ୍ୟ ମଧ୍ୟ ତ୍ବରାନ୍ବିତ ହୋଇଥିଲା । ଆଗାମୀ ଦିନରେ ସମସ୍ତ ଗ୍ରାମାଞ୍ଚଳ ମାନଙ୍କରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଥିବା ବେଳେ ଗ୍ରାମବାସୀ ଖୁବ୍ ଖୁସି ଦେଖା ଦେଇଥିବା ଜଣାପଡିଛି । ତେବେ ବିଭାଗୀୟ ଯନ୍ତ୍ରୀ ଅନୁପସ୍ଥିତ ରହିଥିବା ବେଳେ ଏନେଇ ସମ୍ପୂର୍ଣ୍ଣ ବିବରଣୀ ଜାଣିବା ପାଇଁ ବିଭାଗୀୟ ଯନ୍ତ୍ରୀଙ୍କ ପ୍ରତିକ୍ରିୟା ନେବାବେଳେ ମୋତେ କୌଣସି ସୂଚନା ଦିଆଯାଇନଥିବା କହିଛନ୍ତି ।

LEAVE A REPLY

Please enter your comment!
Please enter your name here