ଅମଲାଙ୍କ ଆନ୍ଦୋଳନ ଜାରୀ

0
170

ଛତ୍ରପୁର : ଗ୍ରେଡପେ ବୃଦ୍ଧି ଦାବିରେ ମିଳିତ ଅମଲା ମଞ୍ଚ କଲମ ଛାଡ ଆନ୍ଦୋଳନ କରିଛନ୍ତି । ଗତ ଗୁରୁବାର ଠାରୁ ଜିଲ୍ଲାରେ କାର୍ଯ୍ୟରତ ଅମଲାମାନେ ସମୁହ ଛୁଟିରେ ରହିଛନ୍ତି । କର୍ମଚାରୀଙ୍କ ଅନୁପସ୍ଥିତ ଯୋଗୁ ସରକାରୀ କାର୍ଯ୍ୟାଳୟ ଅଚଳ ହୋଇପଡିଛି । ଜିଲ୍ଲାରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ବହୁ କର୍ମଚାରୀ ଧାରଣାକୁ ଓହ୍ଲାଇଛନ୍ତି । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତହସିଲ କାର୍ଯ୍ୟାଳୟରେ ମ୍ୟୁଟେସନ, ଡିମାର୍କେଶନ, ଜମିଜମା ପଟ୍ଟା ରେଜଷ୍ଟ୍ରି ପାଇଁ ତହସିଲ କାର୍ଯ୍ୟାଳୟରେ ଦୈନିକ ଭିଡ ଜମିଥାଏ । ତେବେ ତହସିଲ କାର୍ଯ୍ୟାଳୟରେ କର୍ମଚାରୀଙ୍କ ଚୌକି ଖାଲି ପଡିଥିବା ବେଳେ କର୍ମଚାରୀ ମାନେ କାର୍ଯ୍ୟାଳୟ ଆଗରେ ଧାରଣାରେ ରହିଥିଲେ । ବ୍ଲକକୁ ବିଭିନ୍ନ ଭତ୍ତା, ଯୋଜନା ବାବଦକୁ ଆସୁଥିବା ଲୋକେ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ନ ପାଇ ଅପେକ୍ଷା କରି ଲୋକେ ଫେରୁଛନ୍ତି । ଜିଲ୍ଲାର ସମସ୍ତ ତହସିଲ, ବ୍ଲକ, ପୌର ଏବଂ ଏନଏସି କାର୍ଯ୍ୟାଳୟକୁ ଲୋକେ ଯାଇଥିଲେ ମଧ୍ୟ ସେମାନଙ୍କ କାମ ନ ହୋଇଥିବାରୁ ନିରାଶ ହୋଇ ଫେରୁଛନ୍ତି । ଅନ୍ୟପଟେ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here