୧୮ଦଫା ଦାବିରେ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଅନଶନ ଆରମ୍ଭ।

0
985

ବ୍ରହ୍ମପୁର(ନ୍ୟୁଜ ଏକ୍ସଟ୍ରା)(ଶକ୍ତିଧର ରାଜଗୁରୁ): ବାରମ୍ବାର ଦାବି ଓ ଆନ୍ଦୋଳନ ସତ୍ତ୍ୱେ ବ୍ରହ୍ମପୁର ସ୍ଥିତ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ ସମସ୍ୟା ଗୁଡିକର ସମାଧାନ ହୋଇପାରୁନାହିଁ। ଯାହାକୁ ନେଇ କଲେଜରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷର ଦାନା ବାନ୍ଧିବାରେ ଲାଗିଛି। ଆଜି ବାଧ୍ୟ ହୋଇ କଲେଜର ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। କଲେଜର ମୁଖ୍ୟ ଫାଟକରେ ତାଲା ପକାଇ ଅନଶନ ଆରମ୍ଭ କରିଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। କଲେଜରେ ଛାତ୍ରଛାତ୍ରୀଙ୍କ ପାଇଁ ସର୍ବନିମ୍ନ ସୁବିଧା ନଥିବା ବେଳେ ଶିକ୍ଷାଦାନ ପାଇଁ ସ୍ଥାୟି ଅଧ୍ୟାପକ ମଧ୍ୟ ନାହାନ୍ତି। ବିଭିନ୍ନ ବାବଦରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଓ କଲେଜ କର୍ତ୍ତୃପକ୍ଷ ପିଲାଙ୍କ ଠାରୁ ଫି ଆଦାୟ କରୁଥିଲେ ହେଁ ଉକ୍ତ ଟଙ୍କା ବ୍ୟବହାର କରାଯାଉ ନଥିବା ଅଭିଯୋଗ ହୋଇଛି। ଏନେଇ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଉଭୟ ବିଶ୍ୱବିଦ୍ୟାଳୟ ଓ କଲେଜ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇ ଥିବା ବେଳେ କେବଳ ପ୍ରତିଶ୍ରୁତି ଦେଇ ଚୁପ ରହୁଥିବାରୁ ସମସ୍ୟାର ସମାଧାନ ହେଉନଥିବା ଆନ୍ଦୋଳନରତ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। କଲେଜରେ ଛାତ୍ର ଅଶାନ୍ତିକୁ ଦୃଷ୍ଟିରେ ରଖି କଲେଜ କର୍ତ୍ତୃପକ୍ଷ ପୋଲିସ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହଯୋଗ ଲୋଡିଛନ୍ତି।

LEAVE A REPLY

Please enter your comment!
Please enter your name here