ହେମଲତା ପାପଡାହାଣ୍ଡି ବ୍ଲକ ଅଧକ୍ଷା

0
898

ପାପଡାହାଣ୍ଡି:ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକର ଅଧକ୍ଷା ଭାବେ ଶନିବାର ହେମଲତା ମାଝୀ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି | ବ୍ଲକ କାର୍ଯ୍ୟାଳୟରେ ଅଧକ୍ଷ ଲାଗି ମତଦାନ କେନ୍ଦ୍ର କରାଯାଇଥିଲା | 10.30 ରୁ ପ୍ରାର୍ଥୀ ମାନଙ୍କ ନାମାଙ୍କନ ଥିଲା କିନ୍ତୁ ନିର୍ଦ୍ଧିଷ୍ଟ ସମୟରେ କେହି ବି ଆଉ ନାମାଙ୍କନ ଦାଖଲ ନ କରିବାରୁ ହେମଲତା ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିଲେ | ତାଙ୍କୁ ପାପଡାହାଣ୍ଡି ସମିତି ସଭ୍ୟ ସୁଶାନ୍ତ ବେହେରା ପ୍ରସ୍ତାବ ଦେଇଥିବା ବେଳେ ଉର୍ମିଳା ଭତରା ସମର୍ଥନ କରିଥିଲେ | ସେ ପାତ୍ରୀ ପଂଚାୟତର ସମିତି ଭାବେ ବିଜୟ ହୋଇଥିଲେ | ଅଧକ୍ଷା ଭାବେ ନିର୍ବାଚିତ ହେବା ପରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରି, ଜିଲ୍ଲା ପରିଷଦ ଜୋନ 3 ସଭ୍ୟ ମୋତିରାମ ନାୟକ, ଜୋନ 2 ସଭ୍ୟ ୟସବନ୍ତ ନାୟକ ଓ ଦଳୀୟ କର୍ମୀ ମାନେ ହେମଲତା ଙ୍କୁ ପୁଷ୍ପ ମାଲ୍ୟ ଦେଇ ସ୍ୱାଗତ କରିଥିଲେ | ସେ ଜଣେ ବିଜେଡି ସମର୍ଥିତ ପ୍ରାର୍ଥୀନୀ ଅଟନ୍ତି |
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here