ଦିଗପହଣ୍ଡି ବ୍ଳକରେ ଦଶମ ବୋର୍ଡ଼ ପାସହାର ୯୮.୮୬ ପ୍ରତିଶତ : ଟପ୍ପର ହେଲେ ବିଭୂଦତ୍ତ ଓ ଶିବାନନ୍ଦ

0
530

ଗଞ୍ଜାମ: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଚଳିତ ବର୍ଷ ଦଶମ ବୋର୍ଡ ପରୀକ୍ଷା ଫଳ ଗୁରୁବାର ଦିନ ପ୍ରକାଶ ପାଇଥିବା ବେଳେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକର ପାସହାର ୯୮.୮୬ ପ୍ରତିଶତ ରହିଥିବା ଜଣାପଡିଛି । ତେବେ ଦିଗପହଣ୍ଡି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଦୁଇଛାତ୍ର ବିଭୂଦତ୍ତ ପଟ୍ଟନାୟକ ଏବଂ ଶିବାନନ୍ଦ ଦାସ ଉଭୟ ୬୦୦ ମାର୍କରୁ ସମାନ ସଂଖ୍ୟକ ୫୭୭ ନମ୍ବର ରଖି ଟପ୍ପର ହୋଇଛନ୍ତି । ଖବରନୁଯାୟୀ , ଚଳିତ ବର୍ଷ ବ୍ଳକର ୨୧୯୫ ଜଣ ଛାତ୍ରଛାତ୍ରୀ ଦଶମ ବୋର୍ଡ ପରୀକ୍ଷା ଦେଇଥିବା ବେଳେ ସେଥିରୁ ୨୧୭୦ ଜଣ ପାସ୍ ହୋଇଥିବା ବେଳେ ଅନ୍ୟୁନ ୨୫ ଜଣ ଫେଲ ହୋଇଥିବା ପ୍ରକାଶ ପାଇଥିଲା । ତେବେ A1 ଗ୍ରେଡ ନମ୍ବର ରଖିଥିବା ୧୦ ଜଣଙ୍କ ମଧ୍ୟରୁ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଥମ ୮ ଜଣଙ୍କ ନାମ ରହିଥିବା ଜଣାପଡିଛି । ବିଭୂଦତ୍ତ ଓ ଶିବାନନ୍ଦ ସମେତ ଏସ୍ . ସନ୍ଦିପ କୁମାର (୫୭୫) , କେ . ପ୍ରତ୍ୟୁଷା ଦୋରା ( ୫୫୬) , ତାରାପ୍ରସାଦ ସାହୁ ( ୫୫୧) , ରାଜେଶ ପଣ୍ଡା ( ୫୫୦) , ସୌମ୍ୟଜିତ ପଣ୍ଡା ( ୫୪୮) , ସୃଷ୍ଟିଶ୍ରୀୟା ନାହାକ (୫୪୧ ) ନମ୍ବର ରଖିଥିବା ବେଳେ ବମକୋଇ ସ୍ଥିତ ଶିବାନନ୍ଦ ନୋଡାଲ ହାଇସ୍କୁଲର ସତ୍ୟପ୍ରିୟ ପ୍ରଧାନ ଓ ଖମ୍ବାରୀ ଗାଁ ସ୍ଥିତ ଉଜ୍ଜଳେଶ୍ବର ବିଦ୍ୟାପୀଠର ବର୍ଷାରାଣୀ ନାୟକ ଉଭୟ ୫୪୦ ମାର୍କ ରଖିଛନ୍ତି । ଏଥିସହ ବ୍ଳକରେ A2 – ୧୧୦ , B1 -୨୩୬ , B2 – ୪୧୬ , C- ୫୯୮ , D – 504 ଏବଂ E ଗ୍ରେଡରେ ୨୯୬ ନମ୍ବର ରଖି ପାସ୍ ହୋଇଥିବା ଦିଗପହଣ୍ଡି ବ୍ଳକ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶୁ ସେଠୀଙ୍କ ଠାରୁ ସୂଚନା ଦିଆଯାଇଛି । ଯାହାଫଳରେ ଆଜି ବିଦ୍ୟାଳୟର ଏଭଳି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ଆସୁଥିବା ବେଳେ ଟପ୍ପର ହୋଇଥିବା ଦୁଇଛାତ୍ର ବିଭୂଦତ୍ତ ଓ ଶିବାନନ୍ଦ ସମେତ ଅନ୍ଯ କୃତିତ୍ୱ ଛାତ୍ରଛାତ୍ରୀମାନଙ୍କୁ ପ୍ରଧାନ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ମିଶ୍ର ଓ ଭଗବତୀ ପ୍ରସାଦ ମିଶ୍ର ସମେତ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ଯା ପ୍ରମୁଖ ଶୁଭକାମନା ଜଣାଇବା ସହ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ତେବେ ଏଭଳି ସଫଳତା ପାଇଁ ବିଦ୍ୟାମନ୍ଦିର ସମସ୍ତ ଗୁରୁଜୀ ଗୁରୁମା , ଟ୍ଯୁସନ ଶିକ୍ଷକ , ବାପା ମାଆ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ପ୍ରେରଣା ଫଳରେ କୃତିତ୍ୱ ହାସଲ କରିପାରିଥିବା ଛାତ୍ରଛାତ୍ରୀ ମାନେ ପ୍ରତିକ୍ରିୟାରେ କହିଛନ୍ତି । ସେହିପରି ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ସେଠୀ ସମେତ ଏବିଇଓ ବାଳା ମାଝୀ , ବିଶ୍ରବା ପାଇକ ଏବଂ ରସାନନ୍ଦ ଘଡେଇ ସମେତ ବିଦ୍ଯାଳୟ ପ୍ରଧାନଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ସିଆରସିସି ମାନେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭକାମନା ଜଣାଇବା ସହ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here