ପଞ୍ଚାୟତ ସ୍ତରୀୟ ଯକ୍ଷ୍ମା ରୋଗ ଚିହ୍ନଟ ଅଭିଯାନ କାର୍ଯ୍ୟକ୍ରମ ଉଦଯାପିତ

0
188

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତରେ ଚଳିତ ମାସ ୮ ତାରିଖରୁ ଆରମ୍ଭ ହୋଇଥିବା ପଞ୍ଚାୟତ ସ୍ତରୀୟ ଯକ୍ଷ୍ମା ରୋଗ ଚିହ୍ନଟ ଅଭିଯାନ ଓ ସଚେତନତା କାର୍ଯ୍ୟକ୍ରମ ବୁଧବାର ଦିନ ଉଦଯାପିତ ହୋଇଯାଇଛି । ପଞ୍ଚାୟତ ଅଧିନରେ ଥିବା ସମସ୍ତ ଗ୍ରାମର ଜନସାଧାରଣଙ୍କୁ ଯକ୍ଷ୍ମା ଭଳି ରୋଗରୁ ଦୂରେଇ ରଖିବା ଉଦ୍ଦେଶ୍ୟରେ ସ୍ଥାନୀୟ ସରପଞ୍ଚ ମନୋରଞ୍ଜନ ଗୈାଡଙ୍କ ପ୍ରଚେଷ୍ଟା ଏବଂ ଗ୍ରାମବାସୀଙ୍କ ସହଯୋଗ କ୍ରମେ ବମକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ସୁଚସ୍ମିତା ଚୌଧୁରୀ , ଜିଲ୍ଲା ସଂଯୋଜକ ବିଦେଶୀ ଜେନା , ବରିଷ୍ଠ ଯକ୍ଷ୍ମା ପରିଦର୍ଶକ ପୂର୍ଣ୍ଣଚନ୍ଦ୍ର ସେଠୀ , ପ୍ରଫୁଲ୍ଲ ମିଶ୍ର , ତଲା ସିଂ ମେଡିକାଲ ଅଫିସର ଏସ୍ . ଶିବପ୍ରସାଦ ପାତ୍ର , ସିଏଚଓ ପ୍ରଭାତ କୁମାର ସାହୁ , ସୁକାନ୍ତି ବେହେରା , ସହକାରୀ ଆୟୁର୍ବେଦ ଚିକିତ୍ସକ ବିଜୟଲକ୍ଷ୍ମୀ ପୃଷ୍ଟି ସମେତ ସମସ୍ତ ଅଙ୍ଗନୱାଡ଼ି , ଆଶାକର୍ମୀ , ୱାର୍ଡ ସଭ୍ୟ , ଶିକ୍ଷକ ମାନେ ପ୍ରତ୍ୟେକ ଦିନ ଗ୍ରାମକୁ ଗ୍ରାମ ବୁଲି ରୋଗୀ ଚିହ୍ନଟ କରିବା ସଙ୍ଗେ ସଙ୍ଗେ ସେମାନଙ୍କ କଫ ନମୁନା ସଂଗ୍ରହ କରି ଫେରିଥିଲେ। ଆଗାମୀ ଦିନରେ ନୀରିକ୍ଷଣ କରାଯାଇ ଚିହ୍ନଟ ରୋଗୀକୁ ରୋଗ ପ୍ରତିରୋଧକ ଔଷଧ ବଣ୍ଟନ କରାଯିବ । ତେବେ ଆଜି ଶେଷ ଦିନରେ ସରପଞ୍ଚ ଶ୍ରୀ ଗୈାଡ ଅଭିଯାନରେ ସାମିଲ ହୋଇ ସଚେତନତା ଜରିଆରେ ଲୋକମାନଙ୍କ ପାଖରେ ପହଞ୍ଚି ପାରିଥିବାରୁ ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇବା ସହ ଆସନ୍ତା ୬ ମାସରେ ସମ୍ପୂର୍ଣ୍ଣ ପଞ୍ଚାୟତ ଯକ୍ଷ୍ମା ରୋଗମୁକ୍ତ କରାଯିବ ବୋଲି ଯେଉଁ ଆଶା ରଖିଛନ୍ତି ତାହା ଫଳପ୍ରଦ ହୋଇପାରିବ ବୋଲି ମତପ୍ରକାଶ କରିଛନ୍ତି

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here