ଜ଼ିଲ୍ଲା ସ୍ତରୀୟ ଅନଲାଇନରେ ରେଡକ୍ରସ ଦିବସ ପାଳନ

0
556

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା) ରେଡକ୍ରସ ଦିବସରେ ଗଞ୍ଜାମ ଜ଼ିଲ୍ଲା ଯୁବ ରେଡକ୍ରସ ତରଫରୁ ଅନଲାଇନରେ ବିଶ୍ୱ ରେଡକ୍ରସ ଦିବସ ପାଳିତ ହୋଇଯାଇଛି |ଜ଼ିଲ୍ଲା ସଂଯୋଜକ ବି ଗୋବିନ୍ଦ ରାଓଙ୍କ ସଂଯୋଜନାରେ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ କିଶୋର ଚନ୍ଦ୍ର ବେହେରା ସଭାପତିତ୍ବ କରିଥିଲେ |ଏହି ଅବସରରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଡ଼ ସରିତା ସୁପକାର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ରେଡ଼କ୍ରସ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ |ଏହି କାର୍ଯ୍ୟକ୍ରମକୁ ରାଜ୍ୟ ଯୁବ ରେଡ଼କ୍ରସ ଅଧିକାରୀ ଡ଼ ଅଜୟ କୁମାର ତ୍ରିପାଠୀ ଉଦଘାଟନ କରି କୋଭିଡ ମହାମାରୀ ସମୟରେ ରକ୍ତଦାନ କରିବାକୁ ଆୱ|ନ କରିଥିଲେ |ରାଜ୍ୟ ଯୁବ ରେଡକ୍ରସ ସଂଯୋଜକ ଗୋପାଳ କୃଷ୍ଣ ମିଶ୍ର ନିଜ ବକ୍ତବ୍ୟରେ ଚଳିତ ବର୍ଷର ଅନୁଚିନ୍ତା ସମ୍ପର୍କରେ ଆଲୋକପାତ କରିଥିଲେ |ଏହି ଅବସରରେ ଆସିକା ବିଜ୍ଞାନ ମହାବିଦ୍ୟାଳୟ ଯୁବ ରେଡକ୍ରସ ଉପଦେଷ୍ଟା ଦେବବ୍ରତ ସାହୁଙ୍କ ଦ୍ୱାରା ଗାନ କରାଯାଇଥିବା ସଡକ ସୁରକ୍ଷା ସମ୍ପର୍କିତ ସଚେତନତା ସଂଗୀତ ଉନ୍ମୋଚନ କରାଯାଇଥିଲା |ଜ଼ିଲ୍ଲା ସମ୍ପାଦକ ମନୋରଞ୍ଜନ ମହାରଣା ସ୍ୱାଗତ ଭାଷଣ ଦେଇଥିଲେ |ଜଗନ୍ନାଥପ୍ରସାଦ ମହାବିଦ୍ୟାଳୟ ଯୁବ ରେଡକ୍ରସ ଉପଦେଷ୍ଟା ଲୋକନାଥ ମହାନ୍ତି ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ |କେନ୍ଦୁପଦର ମହାବିଦ୍ୟାଳୟ ଯୁବ ରେଡକ୍ରସ ଉପଦେଷ୍ଟା ହରିଶଙ୍କର ପାଣ୍ଡେ ଧନ୍ୟବାଦ ଦେଇଥିଲେ |ଅନ୍ୟ ମାନଙ୍କ ମଧ୍ୟରେ ଝାରସୁଗୁଡା ଜ଼ିଲ୍ଲା ସଂଯୋଜକ ସୋରେନ କୁମାର ପ୍ରଧାନ, ସୁବର୍ଣ୍ପୁର ଜ଼ିଲ୍ଲା ସଂଯୋଜକ ଉମାକାନ୍ତ ନାଗ, ଗଜପତି ଜ଼ିଲ୍ଲା ସଂଯୋଜକ ଡ଼ ପ୍ରଦୀପ୍ତ ଷଡ଼ଙ୍ଗୀ, କନ୍ଧମାଳ ର ସନ୍ତୋଷ ତ୍ରିପାଠୀ, ଗୋପାଳପୁର କଲେଜର ଡ଼ ରାମଚନ୍ଦ୍ର ଜେନା, ସରୋଜ କୁମାର ନାୟକ, ଚିନ୍ମୟ ପଲାଇ ନିଜର ଆଭିମୁଖ୍ୟ ରଖିଥିଲେ |ଏଥିରେ ଜ଼ିଲ୍ଲାର ଯୁବ ରେଡକ୍ରସ ଉପଦେଷ୍ଟା, ସ୍ବେଛାସେବୀ ଗଣ ଭାଗ ନେଇଥିଲେ |ଚଳିତ ବର୍ଷ କ୍ଲଷ୍ଟର ଶିବିରରେ ମନୋନୀତ ହୋଇଥିବା 15 ଜଣ ସ୍ବେଛାସେବୀଙ୍କୁ ପୁରସ୍କାର ଦିଆଯାଇଥିଲା |

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here