ମହାନଗର ମହୋତ୍ସବର ଦଶମ ରଜନୀ କଳା,ସାହିତ୍ୟ,ସଂସ୍କୃତି ଓ କ୍ରୀଡାରେ ବିଖ୍ୟାତ ବ୍ରହ୍ମପୁର

0
199

ବ୍ରହ୍ମପୁର – ମହାନଗର ମହୋତ୍ସବ ଗୁରବାର ଦଶମ ରଜନୀରେ ପହଞ୍ଚିଛି। କମିଟିର ସଭାପତି ନାରାୟଣ ମହାଙ୍କୁଡଙ୍କ ଅଧ୍ୟକ୍ଷତା ଏବଂ ସମ୍ପାଦକ ଗୋପାଳ ପଟ୍ଟନାୟକଙ୍କ ତତ୍ୱାବଧାନ ରେ ଆୟୋଜିତ କାର୍ଯ୍ୟକ୍ରମର ସାଂସ୍କୃତିକ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଦକ୍ଷିଣାଞ୍ଚଳ ଆଇଜି ସତ୍ୟ ବ୍ରତ ଭୋଇ ଯୋଗ ଦେଇ ଜିଲ୍ଲାର କଳା ସଂସ୍କୃତି , ସାହିତ୍ୟ ଓ କ୍ରୀଡା ବିଶ୍ୱ ବିଖ୍ୟାତ ବୋଲି ମତ ରଖିଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ଏସଏମଆଇଟି ଅଧକ୍ଷ ଡ଼. ଭଗବାନ ଗନ୍ତାୟତ , ଇଞ୍ଜିନିୟର ତଥା ମହୋତ୍ସବ ଆବାହକ ଉମା ଚରଣ ପାଣିଗ୍ରାହୀ, ବରିଷ୍ଠ ଅଧିବକ୍ତା ନିର୍ମଳ ସାହୁ, କୋର୍ପରେଟର ତଥା ଆଇନଜୀବୀ ସଞ୍ଜିତ ପାଣିଗ୍ରାହୀ,ବରିଷ୍ଠ ସାମ୍ବାଦିକ ଡ଼. ଜଗନ ମୋହନ ମହାପାତ୍ର, ସାମ୍ବାଦିକ ଅଶୋକ ବ୍ରହ୍ମା,ସମୀର ଆଚାର୍ଯ୍ୟ,ଶାନ୍ତନୁ ରଣା, ଦେବହାରି ବେହେରା , ମହୋତ୍ସବ ର ଉପ ସଭାପତି ମିହିର ତ୍ରିପାଠୀ, କଳିଙ୍ଗ ସାହିତ୍ୟ ସମାଜର ଡ଼. କୃଷ୍ଣ ପ୍ରସାଦ ମହାପାତ୍ର ପ୍ରମୁଖ ମଞ୍ଚ ରେ ଉପସ୍ଥିତ ଥିଲେ। ଇତି ମଧ୍ୟରେ ମହାନଗର ମହୋତ୍ସବର ଦଶମ ସନ୍ଧ୍ୟା ଅବସରରେ ଖଲିକୋଟ କଲେଜ ପଡ଼ିଆ ପରିସରରେ ରାଜ୍ୟ ସ୍ତରୀୟ ସାହିତ୍ୟ ଆସର ଓ ସାହିତ୍ୟ ଆଲୋଚନା ଚକ୍ର ସମ୍ଭାବନା ସାରସ୍ୱତ ସାଂସ୍କୃତିକ ପରିଷଦ ଓଡିଶା, ଗଂଜାମ ଆସିକା ନୂଆ ଗାଁ ତରଫରୁ ସାହିତ୍ୟ ଆସର ଅନୁଷ୍ଠିତ ହୋଇଥିଲା। ଦଶମ ସାଂସ୍କୃତିକ ସନ୍ଧ୍ୟାରେ ସକାଳ ଓ ନନ୍ଦିଘୋଷ ଗ୍ରୁପ ପକ୍ଷରୁ ମହୋତ୍ସବର ସାଂସ୍କୃତିକ ସଂଧ୍ୟାରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଆଦର୍ଶ ପବ୍ଲିକ ସ୍କୁଲ, ବାଲିପଡା କୁ “ସକାଳ” ସମ୍ମାନ ବିଜେତା ଭାବେ ଟ୍ରଫି ପ୍ରଦାନ କରା ଯାଇଥିବା ବେଳେ ଓଡିଶୀ ସାଧନା ପୀଠ କୁ କଳିଙ୍ଗ ସାହିତ୍ୟ ସମାଜ ସମ୍ମାନରେ ସମ୍ମାନିତ କରାଯାଇଥିଲା । ମହୋତ୍ସବ ର ଦଶମ ସାଂସ୍କୃତିକ ସନ୍ଧ୍ୟାର ପ୍ରାରମ୍ଭରେ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଚଢ଼େୟା ନୃତ୍ୟ ଛତ୍ରପୁର ର କଳାକାର ମାନେ ପରିବେଷଣ କରିଥିବା ବେଳେ ପରେ ପରେ ବିଭିନ୍ନ କଳାକାର ଙ୍କ ଦ୍ଵାରା ଆଧୁନିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସାଂସ୍କୃତିକ ସନ୍ଧ୍ୟାର ଶେଷ ପର୍ଯ୍ୟାୟରେ କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମର ଉଦଘୋଷକ ଭାବେ ଶିବାନନ୍ଦ ବାରିକ ରହିଥିବାବେଳେ ମଞ୍ଚ ପରିଚାଳନା ଡ଼. ମିହିର ତ୍ରିପାଠୀ କରିଥିଲେ । ପରିଶେଷରେ କମିଟି ସଦସ୍ୟ ସୁଦିପ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଭିରାମ ପାତ୍ର, ଲିଙ୍କୁ ଡାକୁଆ, ସିମାଞ୍ଚଳ ସାହୁ, ଶଙ୍କର ରଣା, ଚିଙ୍କୁ ପ୍ରତିନିଧି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here