ଆଇପିଆରଇଏମସ୍ ପକ୍ଷରୁ ଆଭାସି ଜାତୀୟ ସମ୍ମିଳନୀ

0
247

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା):ସମ୍ପ୍ରତି ଭାରତୀୟ ଅର୍ଥ ବ୍ୟବସ୍ଥାରେ ଆଶାତୀତ ଅଭିବୃଦ୍ଧି ଉପରେ ଏକ ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଆଭାସି ସମ୍ମିଳନୀରେ ଡକ୍ଟର ପ୍ରବୀଣ କୁମାର ପାଢ଼ୀ ପୌରୋହିତ୍ୟ କରିବା ସହ ସମ୍ମିଳନୀର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ ଫକିର ମୋହନ ବିଶ୍ୱିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର କୁମର ବର ଦାସ ଯୋଗ ଦେଇ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ଅନ୍ୟାନ୍ୟ ଅଥିତି ରୂପେ ଡ. ଲେଖା ଚକ୍ରବତ୍ତି , ଡ. ସନ୍ତୋଷ କୁମାର ମହାପାତ୍ର ,ଡ. ସୁକାନ୍ତ କୁମାର ବରାଳ ଏବଂ ଡ . ଅମନା ମିର୍ଜା ପ୍ରମୁଖ ଯୋଗଦେଇ ସାମ୍ପ୍ରତିକ ଅର୍ଥ ବ୍ୟବସ୍ଥା ଉପରେ ନିଜ ନିଜର ଅଭିବ୍ୟକ୍ତି ଓ ଅଭିପ୍ରାୟ ପ୍ରତିପାଦନ କରିଥିଲେ। ଏହି ଜାତୀୟ ସମ୍ମିଳନୀରେ ଭାରତର ବିଭିନ୍ନ ପ୍ରାନ୍ତରୁ ଶିକ୍ଷାବିତ୍, ଗବେଷକ ଏବଂ ଛାତ୍ର ଛାତ୍ରୀ ଯୋଗଦେଇ ନିଜ ନିଜର ଗବେଷଣା ଭିତ୍ତିକ ଆଲେଖ୍ୟ ଉପସ୍ଥାପନ କରିଥିଲେ। ଏହି ପରିପ୍ରେକ୍ଷୀରେ ଡ. ଅନନ୍ତ ବାସୁଦେବ ସାହୁ ଏବଂ ଡ.ସୁଧାକର ପାତ୍ର ପ୍ରମୁଖ ଉପରୋକ୍ତ ଆଲେଖ୍ୟ ଉପସ୍ଥାପନା ସୁଚାରୁରୂପେ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସିମଞ୍ଚଲ୍ ମିଶ୍ର ଓ ଡ.ସୁଜାତା ସାମନ୍ତରାୟ ସଂଯୋଜନା କରିଥିଲେ। ଅନ୍ତିମ ପର୍ଯ୍ୟାୟରେ ନୟନ ରଂଜନ ସିନ୍ନା ବିଦାୟ କାଳୀନ ଉଦବୋଧନ ଦେଇଥିଲେ।ଡ . ମଧୁସ୍ମିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here