ଯକ୍ଷ୍ମା ରୋଗ ଚିହ୍ନଟ ଓ ସଠିକ ନିରାକରଣ ନିମନ୍ତେ ଆଲୋଚନା ବୈଠକ କାର୍ଯ୍ୟକ୍ରମ

0
236

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତରେ ଗ୍ରାମକୁ ସମ୍ପୂର୍ଣ୍ଣ ଯକ୍ଷ୍ମା ରୋଗ ମୁକ୍ତ କରିବା ସକାଶେ ଗୁରୁବାର ଦିନ ରୋଗୀ ଚିହ୍ନଟ ଓ ତାହାର ସଠିକ ନିରାକରଣ ନିମନ୍ତେ ଏକ ଆଲୋଚନା ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ମନୋରଞ୍ଜନ ଗୈାଡଙ୍କ ସଭାପତିତ୍ବରେ ଆଜି ଭାରତ ସରକାରଙ୍କ ଦ୍ଵାରା ଜାରି ରହିଥିବା ଟିବିମୁକ୍ତ ଅଭିଯାନରେ କଇଠଖଣ୍ଡି ଉପ ସ୍ବାସ୍ଥ୍ୟକେନ୍ଦ୍ର ମେଡିକାଲ ଅଧିକାରୀ ସମେତ ସମସ୍ତ କର୍ମକର୍ତ୍ତା , ପଞ୍ଚାୟତ ଅଧିନରେ କାର୍ଯ୍ୟରତ ସମସ୍ତ ୱାର୍ଡ ସଦସ୍ୟ , ଆଶାକର୍ମୀ ଓ ଅଙ୍ଗନୱାଡ଼ି କର୍ମୀ , ବିଦ୍ୟାଳୟ ଶିକ୍ଷକ ମାନେ ସାମିଲ ହୋଇଥିଲେ । ତେବେ ପଞ୍ଚାୟତର ସମସ୍ତ ଗ୍ରାମରେ ବ୍ୟାପୂଥିବା ଯକ୍ଷ୍ମା ରୋଗର ମୁଳତ୍ପୋଟନ କରି ପଞ୍ଚାୟତକୁ ଏକ ଯକ୍ଷ୍ମା ମୁକ୍ତ ପଞ୍ଚାୟତ ରୂପେ ଗଢିତୋଳିବା ସହ ବର୍ତ୍ତମାନ ଏହି ରୋଗର ଲକ୍ଷଣ ଦେଖାଯାଉଥିବା ବ୍ୟକ୍ତିକୁ ଚିହ୍ନଟ କରି ତାର ତୁରନ୍ତ ନିରାକରଣ ବ୍ୟବସ୍ଥା କରିବା ନିମନ୍ତେ ସରପଞ୍ଚ ଶ୍ରୀ ଗୈାଡ ଉପଦେଶ ଦେଇଥିଲେ। ଏହି ରୋଗର ତୁରନ୍ତ ପ୍ରତିଷେଧକ ବ୍ୟବସ୍ଥା ନିମନ୍ତେ ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ସଜାଗ ରହିବା ନିମନ୍ତେ ଅନୁରୋଧ କରିଥିଲେ । ପୂର୍ବରୁ ଆକ୍ରାନ୍ତ ଥିବା ରୋଗୀ , ବର୍ତ୍ତମାନ ଏହି ରୋଗର ଲକ୍ଷଣ ଦେଖାଯାଉଥିବା ବ୍ୟକ୍ତିଙ୍କ ଏକ ତାଲିକା ପ୍ରସ୍ତୁତ କରି ସେମାନଙ୍କ ଉତ୍ତମ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବା ନିମନ୍ତେ ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କ ସହ ଆଲୋଚନା କରିଥିଲେ। ପ୍ରତ୍ୟେକ ଗ୍ରାମକୁ ପରିଦର୍ଶନ କରି ଏହି ରୋଗରେ ପୀଡ଼ିତ ଥିବା ସମସ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟର ତଦାରଖ କରି ଆକ୍ରାନ୍ତ ବ୍ୟକ୍ତିଙ୍କୁ ପୁଷ୍ଟିକର ଖାଦ୍ୟ ସାମଗ୍ରୀ ପ୍ରଦାନ କରିଥିଲେ। ତେବେ ଏହି ଅଭିଯାନ ଆସନ୍ତା ମେ ୮ ରୁ ୧୨ ତାରିଖ ପର୍ଯ୍ୟନ୍ତ ଆରମ୍ଭ କରି ସଚେତନତା କରାଇଥିବା କର୍ମୀମାନେ ସମସ୍ତ ଗ୍ରାମ ଭ୍ରମଣ କରି ରୋଗୀ ଚିହ୍ନଟ ପରେ ନିରାକରଣ ପାଇଁ ପ୍ରତିଷେଧକ ଔଷଧ ପ୍ରଦାନ କରାଯିବା ନେଇ ସରପଞ୍ଚ ଶ୍ରୀ ଗୈାଡ ସୂଚନା ପ୍ରଦାନ କରିଛନ୍ତି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here