ବିଶ୍ଵ ପରିବେଶ ଦିବସରେ ଭାଗ୍ୟପ୍ରଭା ନ୍ୟୁଜ୍ ପକ୍ଷରୁ ବୃକ୍ଷରୋପଣ

0
252

ବ୍ରହ୍ମପୁର: ବିଶ୍ଵ ପରିବେଶ ଦିବସରେ ଭାଗ୍ୟପ୍ରଭା ନ୍ୟୁଜ୍ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆନୁଷ୍ଠିତ ହୋଇଯାଇଛି । ଭାଗ୍ୟପ୍ରଭା ନ୍ୟୁଜ୍ ଟିମ୍ ପକ୍ଷରୁ ଏହି ଅବସରରେ ସହର ଉପକଣ୍ଠ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନିକଟବର୍ତ୍ତୀ ମତ୍ସ୍ୟ ମହାବିଦ୍ୟାଳୟ ପରିସରରେ ଚାରାରୋପଣ କରାଯାଇଥିଲା । ଏଥିରେ ମୁଖ୍ୟଅତିଥି ରୂପେ ମତ୍ସ୍ୟ ମହାବିଦ୍ୟାଳୟ ଅଧ୍ୟକ୍ଷ ସୌମେନ୍ଦ୍ର ନନ୍ଦ ଯୋଗ ଦେଇ ସୃଷ୍ଟି ପାଇଁ ବୃକ୍ଷରୋପଣର ଆବଶ୍ୟକତା ଏବଂ ପ୍ରତେକ ନିଜେ ନିଜ ଅଞ୍ଚଳରେ ଗୋଟିଏ ଲେଖାଏଁ ଚାରାରୋପଣ କଲେ ଏହା ପରିବେଶରେ ପ୍ରଚୁର ଅମ୍ଲଜାନ ପ୍ରଦାନ କରିବା କ୍ଷେତ୍ରରେ ସହାୟକ ହୋଇଥାଏ ବୋଲି ବାଖ୍ୟା କରିବା ସହିତ ପ୍ରାକୃତିକ ଭାବରେ ମିଳୁଥିବା ଅମ୍ଲଜାନ ମାତ୍ରାକୁ ଅଧିକ ବୃଦ୍ଧି କରିବା ପାଇଁ ବନୀକରଣ ଉପରେ ସମସ୍ତେ ଗୁରୁତ୍ୱ ଦେବାକୁ ଆହ୍ୱାନ କରିଥିଲେ । ଯାହାକି ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଦେଖାଦେଉଥିବା ସମସ୍ୟାର ସମାଧାନ ଦିଗରେ ସହାୟକ ହୋଇପାରିବ । ଗଞ୍ଜାମ ଜିଲ୍ଲା ପ୍ରତିନିଧି ସ୍ୱାଧିନ କୁମାର ସାହୁଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ରୂପେ ସମାଜସେବୀ ତଥା ଛାତ୍ରନେତା ଲଲାଟ ଗୈାଡ ଯୋଗ ଦେଇ ଭାଗ୍ୟପ୍ରଭା ନ୍ୟୁଜ୍ ଟିମ୍ ର ଏଭଳି କାର୍ଯ୍ୟକୁ ପ୍ରଶଂସା କରିବା ସହିତ ଏହାକୁ ଆଗାମୀ ଦିନରେ ଜାରି ରଖିବାକୁ ଆହ୍ୱାନ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଭାଗ୍ୟପ୍ରଭା ଟିମ୍ ସଦସ୍ୟ ଉମାଶଙ୍କର ମିଶ୍ର , ଦିଗପହଣ୍ଡି ପ୍ରତିନିଧି କିରଣ କୁମାର ବେହେରା , ଗୌରୀଶଙ୍କର ମିଶ୍ର , ଦେବେନ୍ଦ୍ର ବାଡଡ୍ୟା , ସତ୍ୟ ସାହୁ , ସଂଗ୍ରାମ ସାହୁ , ରୋହନ ରଥ , ରାଜେଶ ବେହେରା ପ୍ରମୁଖ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here