୧୦ ଦଫା ଦାବି ନେଇ ଦାମିଆନ ନଗର କୃଷ୍ଣ ରୋଗୀ ସେବା ସଦନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ

0
159

ଛତ୍ରପୁର: ପ୍ରତ୍ୟେକ କୃଷ୍ଣ କଲୋନୀ ଅନ୍ତେବାସୀ ମାନଙ୍କୁ ସ୍ଥାୟୀ ଜମି ପଟ୍ଟା ପ୍ରଦାନ କରାଯିବା, କଲୋନୀର ପ୍ରତ୍ୟେକ ଅନ୍ତେବାସୀ ମାନଙ୍କୁ ବାସଗୃହ, ମାଗଣା ପାଣି ଓ ବିଜୁଳି ଯୋଗାଇ ଦିଆଯିବା, କଲୋନୀର ପ୍ରତ୍ୟେକ ଅନ୍ତେବାସୀ ମାନଙ୍କୁ ଚଳିବା ପାଇଁ ମାସିକ ସହାୟତା ରାଶି 5 ହଜାର ଟଙ୍କା ପ୍ରଦାନ କରିବା, କଲୋନୀର ପ୍ରତ୍ୟକ ଅନ୍ତେବାସୀ ମାନଙ୍କୁ 35 କେଜି ଚାଉଳ ଯୋଗାଇ ଦିଆଯିବା, ପିଲାମାନଙ୍କୁ ପ୍ରଥମରୁ ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ମାଗଣାରେ ଆବାସିକ ବିଦ୍ୟାଳୟର ଶିକ୍ଷା, ଟ୍ରେନିଂ ନିଯୁକ୍ତି, ଆତ୍ମ ନିଯୁକ୍ତି ଏବଂ ଥଇଥାନ ବ୍ୟବସ୍ଥା କରାଯିବା ସମେତ 10 ଦଫା ଦାବି ସମ୍ବଳିତ ଦାବି ନେଇ ମଙ୍ଗଳବାର ଛତ୍ରପୁର ସ୍ଥିତ ଦାମିୟାନ ନଗରର କୃଷ୍ଣ ରୋଗୀ ସେବା ସଦନ ପକ୍ଷରୁ ବହୁ ସଦସ୍ୟ ମାନେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ l ଏହି ଦାବିପତ୍ର ପ୍ରଦାନ ବେଳେ ସମ୍ପାଦକ ଦାମିୟାନ ନଗର ବିରେଶ୍ୱର କଲୋନୀର ସଭାପତି ଦୁର୍ଯ୍ୟୋଧନ ସେଠୀ, ସମ୍ପାଦକ ଦୁର୍ଯ୍ୟୋଧନ ସେଠି, ଭି. ସାବିତ୍ରୀ, ରୀନା ସାହୁ, ଅଭିମନ୍ୟୁ ସାହୁ, କାଁହୁ ପାତ୍ର, ଗୋଲାପ ପ୍ରଧାନ, ଟିକିନା ବାରିକ, ଇନ୍ଦ୍ରଜିତ ଭୋଇ, ସନ୍ତୋଷ ନାୟକ, ଲିଙ୍ଗରାଜ ସାହୁଙ୍କ ସମେତ ସଦସ୍ୟ ମାନେ ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here