ଏ ବି ସି ଡି କିଡ଼ସ ପ୍ଲେ ସ୍କୁଲର ତୃତୀୟ ବାର୍ଷିକୋତ୍ସବ ଅନୁଷ୍ଠିତ l

0
581

ବେଗୁନିଆପଡା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଏ ବି ସି ଡି ପ୍ଲେ ସ୍କୁଲର ତୃତୀୟ ବାର୍ଷିକୋତ୍ସବ ସିମାଞ୍ଚଳ ଶତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଅରୁଣ କୁମାର ମାଝୀ, ସମିତି ସଭ୍ୟ ନାରାୟଣ ବେହେରା, ଜନାର୍ଦନ ଦାସ, ଅନ୍ତର୍ଯ୍ୟାମୀ ପଳତା, ରାଜେନ୍ଦ୍ର ସେଠୀ, ଯତେଶ୍ୱର ସାହୁ ଆଦି ସାମ୍ନାନିତ ଅତିଥି ଭାବେ ଯୋଗଦେଇ ଇଂରାଜୀ ଶିକ୍ଷାର ମହତ୍ତ୍ୱ ଉପରେ ନିଜ ନିଜର ମତ ଉପସ୍ଥାପନ କରିଥିଲେ l ଏହି ଅବସରରେ ବିଦ୍ୟାଳୟର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l ସମ୍ପାଦକ ଅଶୋକ ସେନାପତି ବାର୍ଷିକ ବିବରଣୀ ପାଠ କରିଥିବାବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଅଭିଭାବକ, କର୍ମଚାରୀ ଆଦି ସହଯୋଗ କରିଥିଲେ l ପରିଶେଷରେ ଧନ୍ୟବାଦ ଅର୍ପଣ କରାଯାଇ ସଭା ସାଙ୍ଗ କରାଯାଇଥିଲା l

LEAVE A REPLY

Please enter your comment!
Please enter your name here