ଓଡିଶା ମିଲେଟ୍ ମିଶନ୍ ଓ ମିଶନ୍ ଶକ୍ତି ମିଳିତ ଆଉଟ୍ ଲେଟ୍ ବିକ୍ରୟ କେନ୍ଦ୍ର ଉଦଘାଟିତ

0
159

ଛତ୍ରପୁର : ମଙ୍ଗଳବାର ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମିଲଟ୍ ଜାତୀୟ ସାମଗ୍ରୀ ବିକ୍ରିବଟା ନିମନ୍ତେ ଓଡିଶା ମିଲେଟ୍ ମିଶନ୍ ଓ ମିଶନ୍ ଶକ୍ତି ର ମିଳିତ ଉଦ୍ୟମରେ ଏକ ବିକ୍ରୟ କେନ୍ଦ୍ରକୁ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଶୁଭ ଉଦ୍ଘାଟନ କରିଛନ୍ତି । ଏଠାରେ ମିଲେଟ୍ ଜାତୀୟ ଖାଦ୍ୟ ପଦାର୍ଥ ଓ ମିଶନ୍ ଶକ୍ତି ଦ୍ବାରା ପ୍ରସ୍ତୁତ ଅନ୍ୟାନ୍ୟ ଜିନିଷ ଗୁଡିକ ମଧ୍ୟ ବିକ୍ରୟ କରାଯିବ । କ୍ୟାଲସିୟମ୍, ପ୍ରୋଟିନ୍, ଆମିନୋ ଏସିଡ୍, ଭିଟାମିନ-ଏ, ଭିଟାମିନ୍-ବି ତଥା ଫସପରସ୍ ଯୁକ୍ତ ଫିଙ୍ଗର ମିଲେଟ୍ (ମାଣ୍ଡିଆ), ଫକ୍ସଟେଲ୍ ମିଲେଟ୍ (କାଙ୍ଗୁ), ଲିଟିଲ୍ ମିଲେଟ୍ (ସୁଆଁ/କୋଶଳା) ଫାଇବର୍ ଯୁକ୍ତ, ଜଓ୍ବାର ମିଲେଟ୍ (ଜହ୍ନା), ପ୍ରୋସୋ, ବାର୍ଣ୍ଣୟାର୍ଡ ଆଦି ମିଲେଟ୍ ଜିତୀୟ ଖାଦ୍ୟପଦାର୍ଥ ଏଠାରେ ବିକ୍ରୟ କରାଯିବ ।
ଏହି ଉଦ୍ଘାଟନ ଉତ୍ସବରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ କୀର୍ତି ଭାସନ୍ ଭି, ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍, ଭାରପ୍ରାପ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଧନ ଚନ୍ଦ୍ର ଦାସ, ଡିପିଏମ୍ ମିଶନ୍ ଶକ୍ତି ନବୀନ ସେନାପତି, ଡିପିସି ମିଶନ୍ ଶକ୍ତି ସାଶ୍ବତ କୁମାର ସାହୁ, ସିଡିପିଓ ଛତ୍ରପୁର ପ୍ରଣମିତା ପଣ୍ଡା, ବିପିସି ମିଶନ୍ ଶକ୍ତି ସନାତନ ସାହୁ, ବିପିଏମ୍ ମିଶନ୍ ଶକ୍ତି ମାନିନୀ ଜେନା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦିଲ୍ଲୀପ କୁମାର ଖୁଣ୍ଟିଆ, ଛତ୍ରପୁର କୃଷି ଅଧିକାରୀ ବିଦୂର ସେଠ ମାଝୀ, ସ୍କିମ୍ ଅଫିସର ଅଜିତ୍ କୁମାର ମହାପାତ୍ର ଏବଂ ବ୍ଲକ୍ ଲେବଲ୍ ଫେଡେରେସନ୍ ର ସଦସ୍ୟା ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here