ପିଡବ୍ଲ୍ୟୁସି ପକ୍ଷରୁ ନିବେଶକ ରୋଡ୍ଶୋ ଆୟୋଜିତ

0
183

ଭୁବନେଶ୍ୱର: ପିଡବ୍ଲ୍ୟୁସି ପକ୍ଷରୁ ଗତ ଏପ୍ରିଲ ୨୮ ତାରିଖ ୨୦୨୩ରେ ଭୁବନେଶ୍ୱରରେ ଧାତୁ ଓ ଖଣିଜ ପଦାର୍ଥ କ୍ଷେତ୍ରର ବିକାଶ ଉପରେ ଏକ ନିବେଶକ ରୋଡ୍ଶୋ’ର ଆୟୋଜନ କରାଯାଇଥିଲା । ଓଡିଶା ସରକାରଙ୍କ ଖଣି ଓ ଇସ୍ପାତ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ମଲ୍ଲିକ ଏହି ରୋଡ୍ଶୋ’ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭାରତର ଧାତୁ ଓ ଖଣିଜ ପଦାର୍ଥ ଶିଳ୍ପର ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବୋଧିତ କରିଥିଲେ । ସେହିପରି ପିଡବ୍ଲ୍ୟୁସି ସହଯୋଗୀ ସମ୍ବିତୋଷ ମହାପାତ୍ର ସ୍ୱାଗତ ଅଭିଭାଷଣ ଦେବା ସହ ରାଜ୍ୟରେ ଧାତୁ ଓ ଖଣିଜ ପଦାର୍ଥ କ୍ଷେତ୍ରର ଗୁରୁତ୍ୱକୁ ହାଇଲାଇଟ୍ କରିଥିଲେ । ପିଡବ୍ଲ୍ୟୁସି ଭୁବନେଶ୍ୱରର ପରିଚାଳନା ସହଯୋଗୀ ଅମୁଲ୍ୟ ପଟ୍ଟନାୟକ ରାଜ୍ୟର ଧାତୁ ଓ ଖଣିଜ ପଦାର୍ଥ କ୍ଷେତ୍ର ପାଇଁ ଅନୁକୂଳ ପରିବେଶ ଓ ଇକୋସିଷ୍ଟମ ସୃଷ୍ଟି କରିବା ଲାଗି ଓଡିଶା ସରକାରଙ୍କ ପଦକ୍ଷେପଗୁଡିକୁ ପ୍ରଶଂସା କରିଥିଲେ ।
ଏହି ଅବସରରେ ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ, ଶ୍ରୀଯୁକ୍ତ ପ୍ରଫୁଲ୍ଲ ମଲ୍ଲିକ୍ ଧାତୁ, ଖଣି ଓ ଖଣିଜ ପଦାର୍ଥ କ୍ଷେତ୍ରର ହିତାଧିକାରୀମାନଙ୍କ ସହ ଆୟୋଜନ କରିଥିବା ସମ୍ମିଳନୀ ପାଇଁ ପିଡବ୍ଲ୍ୟୁସିର ପଦକ୍ଷେପକୁ ପ୍ରଶଂସା କରିଥିଲେ । ସେ କହିଥିଲେ, ରାଜ୍ୟର ଲକ୍ଷ୍ୟ ହେଉଛି ଏକ ଉନ୍ନତ ଖଣିଜ ପଦାର୍ଥ ଇକୋସିଷ୍ଟମ ବିକଶିତ କରିବା ଯାହା ରାଜ୍ୟ ମଧ୍ୟରେ କଂଚାମାଲକୁ ଚୂଡାନ୍ତ ଉତ୍ପାଦରେ ପରିଣତ କରିବାର ପ୍ରକ୍ରିୟାକରଣକୁୁ ସକ୍ଷମ କରିବ । ଖଣିଜ ପଦାର୍ଥ ଶିଳ୍ପର ବିକାଶ ନିଯୁକ୍ତି ସୃଷ୍ଟି କରିବା ସହ ରାଜ୍ୟ ପାଇଁ ଅଧିକ ରାଜସ୍ୱ ଆଣିବା ଯାହାକୁ ସାମାଜିକ-ଅର୍ଥନୈତିକ ସମୃଦ୍ଧି ପାଇଁ ଉପଯୋଗ କରାଯାଇପାରିବ । ରାଜ୍ୟ ସରକାର ଖଣିଜ ପଦାର୍ଥ ଶିଳ୍ପରେ ଅଧ୍ଚଳ ନିବେଶ ଆକର୍ଷିତ କରିବା ଓ ନିଯୁକ୍ତି ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ରାଜ୍ୟ ସରକାର ଖଣିଜ ପଦାର୍ଥ ଶିଳ୍ପର ବିକାଶକୁ ପ୍ରୋତ୍ସାହିତ କରିବା ଲାଗି ଅନେକ ନୀତି କାର୍ଯ୍ୟକାରୀ କରିଛନ୍ତି ଏବଂ ଏହି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅଭିବୃଦ୍ଧି ପରିଲକ୍ଷିତ କରିଛନ୍ତି ।’
କାର୍ଯ୍ୟକ୍ରମରେ ଓଡିଶା ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ମୁଖ୍ୟ ସଚିବ ମନୋଜ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେବା ସହ ଇଣ୍ଡଷ୍ଟ୍ରୀ ୪.୦ ଏବଂ ଓଡିଶାରେ ଖଣି ଓ ଧାତୁ ଶିଳ୍ପର ବିକାଶ ପାଇଁ ଟେକ୍ନୋଲୋଜିର ବ୍ୟବହାର ଉପରେ ନିଜର ମତପ୍ରକାଶ କରିଥିଲେ । ସେ ଶିଳ୍ପଗୁଡିକରେ ବୈଷୟିକ ଉଦ୍ଭାବନର ଗୁରୁତ୍ୱପୂର୍ଣ୍ଣ ରୂପାନ୍ତରଣ ଓ ସେଗୁଡିକର ଗ୍ରହଣୀୟତା ଏବଂ ସମଗ୍ର ମୂଲ୍ୟ ଶୃଙ୍ଖଳାରେ ଉତ୍ପାଦକତା ଓ ଦକ୍ଷତାକୁ ବୃଦ୍ଧି କରୁଥିବା ସୂଚନା ପ୍ରଯୁକ୍ତିବିଦ୍ୟାର ଭୂମିକା ଉପରେ ଆଲୋକପାତ କରିଥିଲେ । ଏହି ରୋଡ୍ଶୋ’ରେ ପିଡବ୍ଲ୍ୟୁସି ଧାତୁ ଓ ଖଣିଜପଦାର୍ଥ ଶିଳ୍ପର ମହତ୍ୱ ଓ ଏହା କିଭଳି ୧ ଟ୍ରିଲିୟନ ଡଲାରର ଅର୍ଥନୀତି ପାଇଁ ସାହାଯ୍ୟ କରିପାରିବ, ତାହା ଉପରେ ଦୁଇଟି ପ୍ୟାନେଲ ଆଲୋଚନାର ଆୟୋଜନ କରିଥିଲା । ଏହି ଆଲୋଚନାରେ ରାଜ୍ୟରେ ମେକ୍ ଇନ୍ ଓଡିଶାର ୩ୟ ସଂସ୍କରଣରେ ଗୁରୁତ୍ୱପୂର୍ଣ୍ଣ ନିବେଶ କରିଥିବା ଶିଳ୍ପର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରେ ଏସାର ମିନ୍ମେଟ୍ର ଏମ୍ଡି ଓ ସିଇଓ, ଶଶି ଶେଖର ମହାନ୍ତି, ଟାଟା ଷ୍ଟିଲ୍ ମାଇନିଂର ଏମ୍ଡି, ପଙ୍କଜ ସତିଜା, ଏସ୍ଏନ୍ଏମ୍ ଗ୍ରୁପ୍ର ଏମ୍ଡି ପ୍ରବୋଧ ମହାନ୍ତି, ଇରାମେଟ୍ର ସିଇଓ ସୁଯୋଗ୍ୟ ଦାସ, ଓଏମ୍ଇସିଏଲ୍ ନିର୍ଦ୍ଦେଶ. ଶୈଳେନ୍ଦ୍ର କୁମାର ସିହ୍ନା, ଓଡିଶା ଆସେଟ୍ସ, ଏଏମ୍/ଏନ୍ଏସ୍ ଇଣ୍ଡିଆର କାର୍ଯ୍ୟକାରୀ ନିର୍ଦ୍ଦେଶକ ଜି ସୁରେଶ, ବେଦାନ୍ତ ଲିମିଟେଡର ଅଧ୍ୟକ୍ଷ, ଡଃ ତପନ କୁମାର ଚାନ୍ଦ, ବିଆର୍ପିଏଲ୍ର ପରିଚାଳନା ନିର୍ଦ୍ଦେଶକ ପ୍ରିୟ ରଞ୍ଜନ ପ୍ରସାଦ, ଜିନ୍ଦଲ ଷ୍ଟେନ୍ଲେସ୍ ଲିମିଟେଡ୍ର ଫେଜ୍ ୧ର ବ୍ୟବସାୟ ମୁଖ୍ୟ ଓ ଚିଫ୍ ମେଟାଲର୍ଜିଷ୍ଟ ଏ କେ ସିଂହ, ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରୀଜ୍ର ପରାମର୍ଶଦାତା ବିଭୁ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ପିଡବ୍ଲ୍ୟୁସି ଲିଡରମାନେ ଡିଜିଟାଲ ଟେକ୍ନୋଲୋଜି, ଇଏସ୍ଜି, ରିସ୍କ, ଟିକସ ଓ ଭିତିଭୂମିର ମହତ୍ୱ ଉପରେ ବିସ୍ତୃତ ଉପସ୍ଥାପନା ଦେଇଥିଲେ । ସେମାନେ ରାଜ୍ୟ ସରକାରଙ୍କ ବିଭିନ୍ନ ନୀତି ଓ ପଦକ୍ଷେପଗୁଡିକୁ ହାଇଲାଇଟ୍ କରିଥିଲେ ଯାହା ରାଜ୍ୟକୁ ଏକ ଆକର୍ଷଣୀୟ ନିବେଶ ଗନ୍ତବ୍ୟସ୍ଥଳୀରେ ପରିଣତ କରୁଛି ।

LEAVE A REPLY

Please enter your comment!
Please enter your name here