ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ କଲେ ଉପଜିଲ୍ଲାପାଳ

0
245

ବୁଗୁଡା (ନ୍ୟୁଜଏକ୍ସଟ୍ରା)ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ବୁଗୁଡା ଏନଏସି ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ କରିବା ସହ ସମୀକ୍ଷା କରିଥିବା ଜଣାପଡିଛି। ବୁଗୁଡା ଅଗ୍ନିଶମ ବିଭାଗ ପଛ ଭାଗରେ ଥିବା ଶ୍ମଶାନ ଭୂମିରେ ଏକ ଉନ୍ନତ ଧରଣର ଶ୍ମଶାନ ପାଇଁ ଚାଲିଥିବା ନୂତନ ନିର୍ମାଣ କାର୍ଯ୍ୟକୁ ଉପଜିଲ୍ଲାପାଳ ଶ୍ରୀ ମିଞ୍ଜ ପରିଦର୍ଶନ କରିଥିଲେ। ଏଥିସହ ପାର୍କ ଓ ଅନ୍ୟାନ୍ୟ କେତେକ ସ୍ଥାନ ପରିଦର୍ଶନ କରି ଉନ୍ନତି ପାଇଁ ଆଲୋଚନା କରିଥିଲେ। ଉପଜିଲ୍ଲାପାଳଙ୍କ ସହ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ, ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର ଓ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ଉପସ୍ଥିତ ଥିଲେ। ଏହି ଅବସରରେ ବୁଗୁଡା ଅଞ୍ଚଳର କୋଭିଡ ସଂକ୍ରମଣ ସମ୍ପର୍କରେ ମଧ୍ୟ ବିଶଦ ଭାବେ ଆଲୋଚନା ହୋଇଥିଲା।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here