ଶ୍ରମ ମନ୍ତ୍ରୀଙ୍କ ଦ୍ୱାରା ଇ’ବାଇକ ଶୋ ରୁମ ଉଦଘାଟିତ

0
187

ବୁଗୁଡା: ବୁଗୁଡା ମୁଖ୍ୟ ସଡକ ପାର୍ଶ୍ଵରେ ହିରୋ ଇ’ବାଇକ ଶୋ ରୁମକୁ ଏପ୍ରିଲ ୨୪ ତାରିଖ ଦିନ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ କର କମଳରେ ଉଦଘାଟିତ ହୋଇଯାଇଛି। ଉଦଘାଟନୀ କାର୍ଯ୍ୟକ୍ରମରେ ବୁଗୁଡ଼ାର “ଶ୍ରୀ ଇ’ବାଇକସ” ଶୋ ରୁମର ପ୍ରପାଇଟର ବ୍ରଜ ବିହାରୀ ପ୍ରଧାନଙ୍କ ପଦକ୍ଷେପକୁ ମନ୍ତ୍ରୀ ଶ୍ରୀ ସାହୁ ପ୍ରଶଂସା କରିଥିଲେ। ପେଟ୍ରୋଲ ଦୁଇ ଚକିଆ ଯାନରେ ବାୟୁ ମଣ୍ଡଳ ଅଧିକ ପ୍ରଦୂଷଣ ହେଉଥିବା ବେଳେ ଇଲେଟ୍ରିକ ଯାନ ଦ୍ୱାରା ବାୟୁ ପ୍ରଦୂଷଣ ରୋକାଯାଇ ପାରିବ ବୋଲି ମନ୍ତ୍ରୀ ଶ୍ରୀ ସାହୁ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି କେ.ନୀଳମାଧବ ଆଚାରୀ, ସମାଜସେବୀ ଧରଣୀଧର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏଥିସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here